Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ପୁଅ ପାଟିରେ ଫେବିକ୍ୱିକ୍ ମାରି ଚୁପ କରାଇଦେଲେ, ମା’କୁ ଗଣଦୁଷ୍କର୍ମ

23/07/2020 at 2:07 PM

ରତଲାମ ୨୩/୦୭ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲା ମାଲ୍ୟା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି ଯାହା ଅମାନବିକତାର ପରିଚୟ ଦେଇଛି | ଦୁଇ ଦୁର୍ବୁତ୍ତ ଜଣେ ମହିଳା ଓ ତାଙ୍କ ୩ ବର୍ଷର ଶିଶୁକୁ ଅପହରଣ କରିନେଇଥଲେ | ଦୁଇ ଦୁର୍ବୁତ୍ତ ମା ଝିଅଙ୍କୁ ଗାଁ ନିକଟସ୍ଥ ଜଙ୍ଗଲକୁ ନେଇଯାଇଥିଲେ | ଶିଶୁ ପେଟରେ କପଡା ବାନ୍ଧି ପାଟିରେ ଫେବିକ୍ୱିକ ମାରି ବୁଦା ଭିତରକୁ ଫୋପାଡ଼ିଦେଲେ | ଏହାପରେ ଦୁର୍ବୁତ୍ତ ମହିଳାଙ୍କୁ ନେଇ ଫେରାର ହେଇଯାଉଥିଲେ |

ଘଟଣା ମଙ୍ଗଳବାର ସକାଳ ୮ଟା ସମୟର | କିଛି ଯୁବକ ଗାଈ ଚରାଇବାକୁ ଜଙ୍ଗଲରେ ରେଳ ଧାରଣା ଆଡକୁ ଯାଉଥିଲେ | ସେଠାରେ ସେମାନେ ଏକ ଶିଶୁକୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥିଲେ | ଶିଶୁର ହାତ ଓ ପେଟରେ କପଡା ବନ୍ଧା ଯାଇଥିଲା | ସେମାନେ ଗାଁ ଚୌକିଦାରଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ | ଚୌକିଦାର ଗାଁର କିଛି ଲୋକଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ | ଗାଁଲୋକେ ତୁରନ୍ତ ୧୦୦ କୁ ଫୋନ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ | ଗ୍ରାମୀଣଙ୍କ ସାହାଯ୍ୟରେ ଶିଶୁକୁ ହସ୍ପିଟାଲ ନିଆଯାଇଥିଲା | ହସ୍ପିଟାଲରେ ଶିଶୁର ଚିକିତ୍ସା ପରେ ତାର ଜୀବନ ବଞ୍ଚିଯାଇଥିଲା |

କିଛି ବାଟ ଆଗକୁ ଯିବାପରେ ରେଳ ଧାରଣା ନିକଟରେ ଜଣେ ମହିଳା ଓ ଦୁଇ ଯୁବକ ଦୌଡିଥିବା ଦେଖିବାକୁ ମିଳିଥିଲା | ଚୌକିଦାର ଓ ଗାଁଲୋକେ ପୋଲିସକୁ ସୂଚନା ଦେଇଥିଲେ | କିନ୍ତୁ ସ୍ଥାନୀୟ ପୋଲିସ ମାମଲାକୁ ଅଫଜଲପୁର ଥାନାକୁ ହସ୍ତାନ୍ତର କରିଥିଲେ | ପୋଲିସ ମହିଳାଙ୍କୁ ନେଇ ପଳାଉଥିବା ଯୁବକଙ୍କୁ ଗିରଫ କରିଥିଲା | ଘଟଣାର ୧୨ ଘଣ୍ଟା ପରେ ରାତି ୮ଟା ସମୟରେ ଅଫଜଲପୁର ଥାନା ପୋଲିସ ଅପହରଣ, ହତ୍ୟା ଉଦ୍ୟମ ଓ ଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲା |

ପୀଡିତ ମହିଳା କହିଛନ୍ତି ଯେ, ତାଙ୍କ ଘର ବାବରେଚାରେ | କିଛି ଦିନ ହେଲା ସେ ନିଜ ମାଘର ରତିଖେଡିରେ ରହୁଥିଲେ | ଜୁଲାଇ ୧୮ ତାରିଖରେ ତାଙ୍କୁ ଓ ତାଙ୍କର ୩ ବର୍ଷର ଶିଶୁକୁ ହରିଶ ଓ ମଙ୍ଗିଲାଲ ନାମକ ଦୁଇ ଜଣ ଡରାଇ ଧମକାଇ ସେଠାରୁ ନେଇ ଆସିଥିଲେ | ମହିଳା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ ଓ ଶିଶୁକୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି | 

ପୋଲିସ ଅନୁଯାୟୀ, ଅଫଜଲପୁର ଥାନା ଅଞ୍ଚଳରୁ ଜୁଲାଇ ୧୮ ତାରିଖ ରାତିରେ ଜଣେ ମହିଳା ଓ ତାଙ୍କ ଶିଶୁଙ୍କ ନିଖୋଜ ମାମଲା ରୁଜ୍ଜୁ କରାଯାଇଥିଲା | ଜୁଲାଇ ୨୧ ତାରିଖରେ ରତଲାମରୁ ମହିଳା ମିଳିଥିବା ସୂଚନା ମିଳିଥିଲା | ଅଭିଯୁକ୍ତ ମଙ୍ଗିଲାଲ ଓ ହରିଶ ମହିଳ ଓ ତାଙ୍କ ଶିଶୁକୁ ଅପହରଣ କରି ନିଜ ସହିତ ନେଇଯାଇଥିଲେ | ଅଭିଯୁକ୍ତଙ୍କ ବିରୋଧରେ ଅପହରଣ, ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରାଯାଇଛି |

   Related Posts