ଗୋବିନ୍ଦପୁରରେ ବିବାହିତା ମହିଳାଙ୍କୁ ରାସ୍ତାରୁ ଉଠାଇନେଇ ଗଣଦୁଷ୍କର୍ମ ଅଭିଯୋଗ ; ଗୁରୁତର ଅବସ୍ଥାରେ ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା

Published By : Prameya-News7 Bureau | November 29, 2018 IST

ଭଦ୍ରକ ୨୯/୧୧ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋବିନ୍ଦପୁର ଗାଁରେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ | ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ମହିଳା ଜଣକ ନିଜ ବାପଘରୁ ଶାଶୂଘରକୁ ଫେରିଲା ବେଳେ ସ୍ଥାନୀୟ ଅଂଚଳର ଯୁବକ ତାଙ୍କୁ ନିକଟରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇ ସେଠାରେ କବାଟ ବନ୍ଦ କରି ରଖିଥିଲେ | ପ୍ରାୟ ଗୋଟେ ଦିନ ପରେ ମହିଳାଙ୍କ ଘରଲୋକେ ଖବର ପାଇ ତାଙ୍କୁ ଅଚେତ ଅବସ୍ଥାରେ ସେହି ଘରୁ ଉଦ୍ଧାର କରିଥିଲେ | ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ମହିଳାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ, ମହିଳା ଜଣକ ବାପା ଘର ବଲିଖଣ୍ଡରୁ ଆସି ଗୋବିନ୍ଦପୁରରେ ପହଂଚିବା ପରେ ବସ ଷ୍ଟାଣ୍ଡରେ ଥିବା ଏକ ପାନ ଦୋକାନରୁ ପାନ କିଣୁଥିଲେ | ଏହି ସମୟରେ ମାତ୍ର ସାଇକଲରେ ଜଣେ ଯୁବକ ଆସି ତାଙ୍କୁ ମାଲ ପିଇବା କହି ଡାକି ନେଇଥିଲା | ଯୁବକ ଜଣକ ତାଙ୍କୁ ବନ୍ଦ ଘରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରଖିଥିଲା | ମହିଳାଙ୍କ ସ୍ୱାମୀ ଖବର ପାଇ ସେଠାରେ ପହଁଚିଲା ବେଳକୁ ସେଠାରେ ୨ଜଣ ଯୁବକ ଥିଲେ | ତେଣୁ ମହିଳାଙ୍କ ସହ ଏକାଧିକ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅନୁମାନ କରାଯାଉଛି | ତେବେ ମହିଳାଙ୍କ ସଂଜ୍ଞା ଫେରିବା ପରେ ସମସ୍ତ କଥା ସ୍ପଷ୍ଟ ହେବ | ଘଟଣା ସମ୍ପର୍କରେ କିନ୍ତୁ ପୋଲିସ ନିକଟରେ କୌଣସି ବିଧିବଦ୍ଧ ଅଭିଯୋଗ ଦାଖଲ ହୋଇନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.