ମହିଳାଙ୍କୁ ଖଟଗୋଡରେ ବାନ୍ଧି ଟଙ୍କା ଓ ଗହଣା ଲୁଟ

Published By : Prameya-News7 Bureau | July 19, 2018 IST

ମହିଳାଙ୍କ ଘରୁ ଲୁଟ। ମହିଳାଙ୍କ ମୁହଁରେ ଲୁଗା ବାନ୍ଧି ହାତକୁ ଛୁରୀରେ ହାଣି ୩୦ ହଜାର ଟଙ୍କା ୭୦ ହଜାର ଟଙ୍କାର ଗହଣା ଲୁଟ କରିଛନ୍ତି ଦୁର୍ବୁର୍ତ୍ତ । ଘଟଣାସ୍ଥଳରେ ସୋର ପୁଲିସର ଛାନଭିନ୍ ଜାରି ରହିଛି । ସୋର ଥାନା ସରସ୍ବତୀପୁର ଗାଁର ଘଟଣା। ଦୈତାରୀ ବିଶ୍ୱାଳଙ୍କ ଘରେ କେହି ନଥିବା ବେଳେ ଦୁଇ ଜଣ ଦୁର୍ବୁର୍ତ୍ତ ଘରେ ପସି ଭିତରୁ କବାଟ ଦେଇ ଶଙ୍କୁନ୍ତଳା ଙ୍କୁ ଏପ୍ରିନରେ ଖଟଖୁରାରେ ହାତଗୋଡ ଓ ମହଁରେ ଲୁଗା ବାନ୍ଧି। ଛୁରୀରେ ହାତକୁ ହାଣି ନଗଦ ୩୦ହଜାର ଟଙ୍କା ଓ ୭୦ହଜାର ଟଙ୍କାର ଗ୍ରହଣା ଲୁଟି ନେଇଛନ୍ତି। ଲୁଟ ବେଳେ ଦୁବୃର୍ତ୍ତ ମାନେ ମୁହଁରେ ଲୁଗା ଗୁଡାଇଥିଲେ। ସୋର ପୁଲିସ ଛାନଭିନ କରିଥିଲେ ବି ଲୁଟେରାମାନେ ଫେରାର ହୋଇଯାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.