Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ଝିଅଙ୍କୁ ଦେଉଥିଲେ ଯୌନ ନିର୍ଯାତନା, ବିରୋଧ କରିବାରୁ ମା’କୁ ପିଟି ପିଟି ମାରିଦେଲେ ୪ ଅଭିଯୁକ୍ତ

27/10/2020 at 9:45 PM

ମୁଜାଫରପୁର ୨୭/୧୦: ମା’ ସମ୍ନାରେ ଝିଅଙ୍କୁ ଯୌନ ଉତ୍ପୀଡ଼ନ କରୁଥିଲେ ୪ ବ୍ୟକ୍ତି । ବେଶ କିଛି ଦିନ ଏଭଳି ଚାଲିବା ପ​‌ରେ ମା’ କିନ୍ତୁ ସହ୍ୟ କରିପାରିଲାନି। ଦିନେ ମୁହଁ ଖୋଲି ପ୍ରତିବାଦ କଲା। ପ୍ରତିବାଦ କରିବାରୁ ୪ ଅଭିଯୁକ୍ତ ୫୫ ବର୍ଷୀୟା ମହିଳାଙ୍କୁ ପିଟି ପିଟି ହତ୍ୟା କରିଦେଇଥିବା ଅଭିଯୋଗ ହୋଇଛି।

ମଂସୁରପୁର ଥାନା ପୋଲିସର କହିବା ଅନୁଯାୟୀ, ଏହି ଘଟଣା ନାରଳ ଗାଁରେ ଘଟିଛି। ଅଭିଯୁକ୍ତ ବାବତ ଆକାଶ, ଗୋପି, ବିନେନ୍ଦ୍ର ଓ ରାଜଶେ ବିରୋଧରେ ମାମଲା ରୁଜୁ କରାଯାଇଛି। ସେମାନେ ଏବେ ଫେରାର ଥିବାରୁ ପୋଲିସ୍‌ ଟିମ୍‌ ସେମାନଙ୍କୁ ଖୋଜୁଛି। ଥାନାରେ ଦିଆଯାଇଥିବା ଅଭିଯୋଗ କ୍ରମେ ୪ ଅଭିଯୁକ୍ତଙ୍କୁ ଯୁବତୀଙ୍କୁ ଅସଦାଚରଣ କରୁଥିଲେ। ଏହାର ଘୋର ବିରୋଧ କରିଥଲା ମା’। ମା’ର ପ୍ରତିବାଦ ଦେଖି ତାଙ୍କୁ ପିଟି ପିଟି ଗୁରୁତର କରିଦେଇଥିଲେ। ପରେ ମହିଳାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ତେବେ ମହିଳାଙ୍କ ମୃତଦେହକୁ ପୋଷ୍ଟମର୍ଟମ କରିବାକୁ ପଠାଯାଇଥିବା ବେଳେ ପୋଲିସ ଅଭିଯୁକ୍ତଙ୍କୁ ଖୋଜୁଥିବା ଜଣାପଡ଼ିଛି।

ଶାଶୁକୁ ହତ୍ୟା କଲା ବୋହୂ ଓ ତା ପ୍ରେମିକ
ସେପଟେ ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜର ଅବୈଧ ସମ୍ପର୍କ ଜାଣିପାରିବାରୁ ପ୍ରେମିକ ସହ ମିଶି ଶାଶୁକୁ ହତ୍ୟା କଲା ବୋହୂ। ତେବେ ଏହି ମାମଲାରେ ଦୁଇ ଅଭିଯୁକ୍ତ ରାଧା ଲାକେ ଓ ଦୀପକ ମାନେକୁ ବୋରିବଲି ମହାତ୍ମା ଫୁଲେ ଅଞ୍ଚଳରୁ ପୋଲିସ ଗିରଫ କରିଛି।

ପୋଲିସର ସୂଚନା ଅନୁସାରେ, ରାଧାକୁ ତା ଶାଶୁ ସାଲୁବାଇ ଦୀପକ ସହ ଆପତ୍ତିଜନକ ସ୍ଥିତିରେ ଦେଖି ନେଇଥିଲେ। ଦେଖିବା ପରେ ପୁଅକୁ କହିଦେବେ ବୋଲି ରାଧାକୁ ଧମକ ଦେଇଥିଲେ। ତେବେ ଏଥିରେ ଉତ୍ତ୍ୟକ୍ତ ହୋଇ ରାଧା ଓ ଦୀପକ ଏକ ପଥରରେ ଛେଚି ସାଲୁବାଇଙ୍କ ହତ୍ୟା କରିଥିବା ଜଣାପଡ଼ିଛି।

   Related Posts