ଚାପୁଡ଼ା ପରେ ଚାପୁଡ଼ା : ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର କରି ବିଚ୍ ରାସ୍ତାରେ ହଟହଟା ହେଲେ ହୋମଗାର୍ଡ଼

Published By : Prameya-News7 Bureau | December 18, 2020 IST

ହିସାର ୧୮/୧୨: ହିସାର​ରେ ଜଣେ ହୋମଗାର୍ଡ଼ଙ୍କୁ ଜଣେ ମହିଳାଙ୍କ ସହ ଅସଦାଚରଣ କରିବା ମହଙ୍ଗା ପଡ଼ିଛି। ମହିଳାଙ୍କୁ ଅସଦାଚରଣ କରିବା ଯୋଗୁଁ ମହିଳା ହୋମଗାର୍ଡ଼ଙ୍କୁ ଚାପୁଡ଼ା ମାରିଥିଲେ। ସେହି ଅଞ୍ଚଳର ପୋଲିସର କହିବା ଅନୁସାରେ ଏବେ ଏହି ଘଟଣା ବିଷୟରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ଘଟଣାସ୍ଥଳରେ ଉପସ୍ଥିତ କୌଣସି ବ୍ୟକ୍ତି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇଥିଲେ।

ଘଟଣାଟି ଡିସେମ୍ବର ୧୬ତାରିଖର ପିଏଲଏ ମାର୍କେଟର ବୋଲି କୁହାଯାଉଛି। ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି,ଯେଉଁଥିରେ ଜଣେ ମହିଳା ଖାକି ପୋଷାକଧାରୀ ବ୍ୟକ୍ତିଙ୍କୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଛନ୍ତି। ଏହି ଭିଡିଓ ଖୋଳତାଡ଼ କରିବାରୁ ଜଣା ପଡ଼ିଥିଲା ଯେ ହୋମଗାର୍ଡ଼ ଯବାନ ସୋନୁଙ୍କ ଡ୍ୟୁଟି କ୍ୟାମ୍ପ ଛକରୁ ଟାଉନ୍ ପାର୍କ ଜିମଖାନା କ୍ଲବର କଟ ଯାଏଁ ଥିଲା।

ଦ୍ବିପ୍ରହର ପାଖାପାଖି ଅଢ଼େଇଟାରେ ସେ ଦିଲ୍ଳୀ ରୋଡରେ ପିଏଲଏ ମାର୍କେଟ ସାମନାରେ ରାସ୍ତାରୁ ଗାଡ଼ି ହଟାଉଥିଲା। ସେହି ସମୟରେ ଏକ ଗାଡ଼ି ପାଖରେ ଜଣେ ମହିଳା ଠିଆ ହୋଇଥିଲେ। ହୋମଗାର୍ଡ଼ ସୋନୁ ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲା। ମହିଳା ରାଗି ଯାଇ ତାକୁ ଚାପୁଡ଼ା ପରେ ଚାପୁଡ଼ା ମାରି ଚାଲିଥିଲେ। ସେ ତାକୁ ବହୁତ ଗାଳି ମଧ୍ୟ କରିଥିଲେ। ଏହି ସମୟରେ ସେଠାରେ ଅନେକ ଭିଡ଼ ଜମି ଯାଇଥିଲା ଏବଂ ସେହି ସମୟରେ ଉପସ୍ଥିତ ଥିବା କୌଣସି ବ୍ୟକ୍ତି ଘଟଣାର ଭିଡିଓ କରି  ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.