ଦୀପାବଳିରେ ପୁଅକୁ ସାଇକେଲ୍ କିଣିଦେବାରୁ ଶାଶୁଙ୍କଠାରୁ ମାଡ଼ ଖାଇଲେ ବୋହୂ : ମାମଲା ରୁଜୁ

Published By : Prameya-News7 Bureau | November 17, 2020 IST

କାଙ୍ଗ୍ରା ୧୭/୧୧: ଜଣେ ୩୮ବର୍ଷୀୟ ମହିଳା ନିଜ ୧୨ବର୍ଷର ପୁଅ ପାଇଁ ଦୀପାବଳି​‌ରେ ସାଇକେଲ୍ କିଣିଦେବାରୁ ତାଙ୍କ ଶ୍ବଶୁର ଘର ଲୋକେ ରାଗି ପାଚି ଲାଲ ହୋଇଯାଇଥିଲେ ଏବଂ ଶାଶୁ-ଶ୍ବଶୁର ମିଶି ତାଙ୍କୁ ପିଟିଥିଲେ। ପଡ଼ୋଶୀ ଏହି ମାଡ଼ପିଟର ଭିଡିଓ କରି ସୋସିଆଲ୍ ମିଡିଆରେ ଅପଲୋଡ କରି ଦେଇଥିଲେ। ଏହି ଘଟଣାଟି ଘଟିଛି ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାରେ।

 ପୀଡ଼ିତ ମହିଳା କାଙ୍ଗରାର ଏକ ଘରର ୧ମହଲାରେ ରୁହନ୍ତି ଏବଂ ଶ୍ବଶୁର ଘର ଲୋକେ ତଳ ଘରେ ରୁହନ୍ତି। ମହିଳାଙ୍କ ସ୍ବାମୀ ଅନ୍ୟ ରାଜ୍ୟରେ ଚାକିରୀ କରନ୍ତି ଏବଂ ଶ୍ବଶୁର ପୋଲିସ୍ ବିଭାଗର ଅବସରପ୍ରାପ୍ତ ଅଫିସର।

ଦୀପାବଳିରେ ମହିଳା ନିଜ ପୁଅଙ୍କୁ ସାଇକେଲ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଶାଶୁ-ଶ୍ବଶୁର ଏବଂ ଅନ୍ୟ ୨ମହିଳା ତାଙ୍କ ପାଖକୁ ଯାଇ ତାଙ୍କୁ ଘୋଷାଡ଼ି ସମସ୍ତଙ୍କ ସାମନାରେ ବାହାରକୁ ନେଇ ଆସିଥିଲେ। ପଡ଼ିଶା ଏହି ଘଟଣାକୁ ଦେଖୁଥିଲେ।

କେବଳ ଏତିକି ନୁହେଁ ଶ୍ବଶୁର ୧ତାଲାରେ ରଖା ହୋଇଥିବା ସାଇକେଲକୁ ତଳେ ଫିଙ୍ଗି ଦେଇଥିଲେ। ଏହି ଘଟଣାକୁ ପଡ଼ୋଶୀ ଭିଡିଓ କରି ସୋସିଆଲ୍ ମିଡିଆରେ ଅପଲୋଡ କରି ଦେଇଥିଲେ।

ଏବିଷୟରେ ମହିଳା ପୋଲିସ୍ ନିକଟରେ ଅଭିଯୋଗ କରିବାରୁ ପୋଲିସ୍ ଘଟଣାକୁ ବୁଝିଥିଲା କିନ୍ତୁ କାହାକୁ ଗିରଫ କରିନଥିଲା। ବର୍ତ୍ତମାନ ଯାଏଁ ଜଣା ପଡ଼ି ପାରିନାହିଁ ଯେ ଏହି ଘଟଣାର ମୂଳ କାରଣ କ’ଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.