ମହିଳାଙ୍କୁ ଗୋଡାଇ ଗୋଡାଇ ପିଟିଲେ ଶାଶୁଘର ଲୋକ ; ବାରଣ୍ଡାରେ ଆଶ୍ରୟ ନେଲେ ମହିଳା

Published By : Prameya-News7 Bureau | January 14, 2019 IST

ମାର୍ଶାଘାଇ ୧୪|୧: କେନ୍ଦ୍ରାପଡା ମାର୍ଶାଘାଇ ହାତୀଆ ଗାଁରେ ମହିଳାଙ୍କୁ ନିର୍ଯାତନା । ଶାଶୁଘର ଲୋକେ ମହିଳାଙ୍କୁ  ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିବା ଅଭିଯୋଗ ହୋଇଛି  । ପାରିବାରିକ କଳହକୁ କେନ୍ଦ୍ରକରି ଏପରି ଘଟଣା ଘଟିଛି ।  ଏଥିରେ ମହିଳା ଜଣକ ଗୁରୁତର ହୋଇପଡିଛନ୍ତି । ସ୍ଥାନୀୟ ସରପଞ୍ଚ ଏବଂ ସ୍ଥାନୀୟ ଲୋକ ଗୁରୁତର ମହିଳାଙ୍କୁ ଉଦ୍ଧାର କରିଛନ୍ତି । ଏବେ ମହିଳା ଜଣକ ବାରଣ୍ଡାରେ ଆଶ୍ରୟ ନେଇଛନ୍ତି । ପୋଲିସକୁ ଖବର ଦେଇଛନ୍ତି ସ୍ଥାନୀୟ ଲୋକ । ମାତ୍ର ପୋଲିସ ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିନି । ମହିଳାଙ୍କ ବାପଘର କେନ୍ଦ୍ରାପଡା ସଦର ଥାନା ପଦାଲ ଗାଁରେ । ସେ ୪ବର୍ଷ ତଳେ ହାତୀଆ ଗାଁର ବାବାଜୀ ମଲ୍ଲିକଙ୍କ ପୁଅ ଶତୃଘ୍ନଙ୍କୁ ପ୍ରେମ ବିବାହ କରିଥିଲେ । ଏହି ବିବାହକୁ ଶାଶୁଘର ଲୋକେ ଗ୍ରହଣ କରିନଥିଲେ । ସେଥିପାଇଁ ବାରମ୍ବାର ମହିଳାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.