ମହିଳାଙ୍କୁ ରାସ୍ତାରେ ଅକଥନୀୟ ଅତ୍ୟାଚାର, ବିଜେପି ନେତାଙ୍କ ସଂପୃକ୍ତି ନେଇ ଶିବରାଜଙ୍କୁ ସମାଲୋଚନା କଲେ କମଲନାଥ

Published By : Prameya-News7 Bureau | August 22, 2020 IST

ଭୋପାଳ, ୨୨|୦୮:  ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ ଅତ୍ୟାଚାର କରାଯାଉଛି । ଏହି ଭିଡିଓକୁ ନେଇ ସେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କୁ ସମାଲୋଚନା କରିଛନ୍ତି ।

wp:html /wp:html

କମଲନାଥ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଜଣେ ମହିଳା ଓ ତାଙ୍କ ଝିଅଙ୍କୁ କିଛି ଅସାମାଜିକ ବ୍ୟକ୍ତି ଆକ୍ରମଣ କରିବା ସହ ଧକ୍କା ମଧ୍ୟ ମାରୁଛନ୍ତି ।  ଏପରିକି ମହିଳାଙ୍କ ଝିଅ ମାଆଙ୍କୁ ଛାଡିଦେବାକୁ ନିବେଦନ ମଧ୍ୟ କରୁଛନ୍ତି । ମହିଳାଙ୍କ ହାତକୁ ଜଣେ ଧୋତି ପିନ୍ଧିଥିବା ବ୍ୟକ୍ତି ଧରିଛନ୍ତି  । ଆଉ କିଛି ତାଙ୍କୁ ତଳେ ପକାଇ ମାଡ ମାରୁଛନ୍ତି ।

କମଲନାଥ୍ ଟ୍ୱିଟ୍ କରି କହିଛନ୍ତି ଯେ, ରାଜ୍ୟର ଶୋଭାପୁର ଜିଲ୍ଲାରେ ଜଣେ ଦଳିତ ମହିଳା ଓ ତାଙ୍କ ଝିଅଙ୍କୁ ବିଜେପି ନେତା ଅତ୍ୟାଚାର କରୁଛନ୍ତି । ଏହି ଘଟଣାରେ ପୋଲିସ ମଧ୍ୟ ଚୁପ୍ ରହିଥିବା ସେ କହିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.