ରାସ୍ତାରେ ଦେଖିଲେ କରୋନା : ରାଗିପାଚି ଲାଲ ହୋଇଗଲେ ମହିଳା, ଚପଲ ଖୋଲି ବାଡେଇଲେ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧/୦୪ : ଦେଶରେ କରୋନା ଭାଇରସ ଭୟାବହ କମିବାର ନାଁ ନେଉନାହିଁ | କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକଡାଉନକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢିଆ ଦିଆଯାଇଛି | ସଂକ୍ରମଣ ରୋକିବା ପାଇଁ ଲୋକଙ୍କୁ ଘରେ ରହିବାକୁ ଓ ସାମାଜିକ ଦୂରତା ପାଳନ କରିବାକୁ ସରକାର ବାରମ୍ବାର ଅପିଲ କରୁଛନ୍ତି | ଘରେ ରହି ଲୋକେ ନାନା ଉପାୟରେ ସମୟ କାଟୁଛନ୍ତି | କିଏ ରୋଷେଇ କରୁଛି ତ କିଏ ପେଣ୍ଟିଙ୍ଗ କରୁଛି | କିଏ ପୁଣି ଘରେ ବସି ଅଫିସ କାମ କରୁଛି | କିଏ ସୋସିଆଲ ମିଡ଼ିଆରେ ସମୟ ବିତାଉଛନ୍ତି | ଆଉ କିଏ ଟିକଟକରେ ଭିଡିଓ ତିଆରି କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଛନ୍ତି | ଏହାଭିତରେ ଏକ ଟିକଟକ ଭିଡିଓ ବହୁତ ଭାଇରାଲ ହେଉଛି | ଜଣେ ମହିଳା ରାସ୍ତାରେ ଲାଗିଥିବା କରୋନା ଭାଇରସ ଷ୍ଟିକରକୁ ଦେଖି ଚପଲରେ ବାଡ଼ଉଛନ୍ତି | ଏହି ଭିଡିଓ ରାଜସ୍ତାନ ଵାଲେତାରାର ବୋଲି କୁହାଯାଉଛି |

ଭିଡିଓରେ ଦେଖିବାକୁ ମିଳିଛି ଯେ ରାସ୍ତାରେ କରୋନା ଷ୍ଟିକର ଲାଗିଛି ଏବଂ ପାଖରେ ଲେଖା ହେଇଚି କରୋନାକୁ ହରାଇବାର ଅଛି | ଜଣେ ମହିଳା ଯେମିତି ଏହି ଷ୍ଟିକରକୁ ଦେଖିଲେ ଚପଲ କାଢି ରାସ୍ତାକୁ ଜୋର ଜୋରରେ ବାଡ଼େଇବାକୁ ଲାଗିଲେ | ଭିଡିଓ ଦେଖି ଲୋକଙ୍କ ହସ ଛୁଟୁଛି | ଜଣେ ବ୍ୟକ୍ତି ଭିଡିଓକୁ ଦୂରରୁ ରେକଡିଙ୍ଗ କରିଛନ୍ତି | ଏହି ଭିଡିଓକୁ ଟିମ ରାଜସ୍ତାନ ନାଁର ଟିକଟକ ପେଜରେ ସେୟାର କରାଯାଇଛି | ଭିଡିଓ କ୍ୟାପସନରେ ଲେଖାଯାଇଛି "କରୋନାକୁ ଚପଲ ମାଡ…'

ଭିଡିଓକୁ ଟିକଟକରେ ଏବେ ସୁଦ୍ଧା ୮ ଲକ୍ଷରୁ ଅଧିକ ୟୁଜର ଦେଖି ସାରିଛନ୍ତି | ୫୦ ହଜାରରୁ ଅଧିକ ଲୋକ ଲାଇକ କରିବା ସହ ୨୦୦ ଅଧିକ କମେଣ୍ଟ କରିଛନ୍ତି |

wp:core-embed/tiktok {"url":"https://www.tiktok.com/@sroyal2219/video/6817764650994650370","type":"video","providerNameSlug":"tiktok","className":""}
https://www.tiktok.com/@sroyal2219/video/6817764650994650370
/wp:core-embed/tiktok

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୯୦ ପାରି କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ପାରି କରିସାରିଛି | ଏବେ ସୁଦ୍ଧା ୩୨୫୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଲକଡାଉନ ଯୋଗୁଁ ହେଉଥିବା ସମସ୍ୟାକୁ କିଛି ମାତ୍ରାରେ କମ କରିବା ପାଇଁ ଏବଂ ଅର୍ଥ ବ୍ୟବସ୍ଥାକୁ ସୁଧାରିବା ପାଇଁ ଏପ୍ରିଲ ୨୦ ତାରିଖରୁ କିଛି ନିୟମ କୋହଳ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.