ଜଙ୍ଗଲ ଭିତରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଠାବ : ହତ୍ୟା ସନ୍ଦେହ
1/07/2019 at 6:06 PM

କେନ୍ଦୁଝର ୧/୭: କେନ୍ଦୁଝରରେ ଜଙ୍ଗଲ ଭିତରେ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଠାବ ହୋଇଛି। କେନ୍ଦୁଝର ସଦର ଥାନାର ବାସୁଦେବପୁର ଗାଁ ନିକଟ କାନକୋଳି ଘାଟି ଜଙ୍ଗଲରେ ଜଣେ ଅଜଣା ଯୁବତୀ ଙ୍କ ମୁଣ୍ଡ ବିହୀନ ଗଳିତ ମୃତ ଦେହ ଠାବ କରିଛନ୍ତି ଗାଁ ଲୋକେ ।
ଆଜି ଗାଁର କିଛି ଲୋକ ଜଙ୍ଗଲକୁ ଯାଇଥିବାବେଳେ ଦୁର୍ଗନ୍ଧ ହେବାରୁ ସେମାନେ ଘଟଣାସ୍ଥଳକୁ ଯାଇ ମୁଣ୍ଡବିହୀନ ମୃତଦେହ ଦେଖିଥିଲେ । ଲୋକେ ଜଙ୍ଗଲରେ ଖୋଜାଖୋଜି କରିଥିଲେ ସୁଦ୍ଧା ମୁଣ୍ଡଟି ପାଇନଥିଲେ । ମୃତ ଦେହଟି ଅର୍ଦ୍ଧ ନଗ୍ନ ଅଵସ୍ଥାରେ ପଡିଥିବାବେଳେ ଦେହଟି ଫୁଲି ଯାଇଥିବାରୁ ଦୁଇ ତିନ ଦିନ ତଳୁ କେହି ହତ୍ୟା କରି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Related Posts
ଚଳନ୍ତା କାର୍ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
26 January 2021
STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
26 January 2021