Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଆତ୍ମହତ୍ୟା କରିବାକୁ ଖାଲକୁ ଡେଇଁଲେ ମହିଳା ବ୍ୟାଙ୍କ କର୍ମଚାରୀ, ଅଟକି ଗଲେ ଗଛରେ, ଆଉ ତାପରେ…

24/06/2021 at 4:34 PM

ଇନ୍ଦୋର ୨୪/୦୬ : ଓଡ଼ିଆ ଗୋଟେ ଢଗ ଅଛି- ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଇନ୍ଦୋରରେ ଏହିଭଳି ଏକ ଘଟଣା ଘଟିଛି। ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ଆତ୍ମହତ୍ୟା କରିବାକୁ ପାତାଳପାଣିକୁ ଡେଇଁ ପଡିଲେ। କିନ୍ତୁ ତାଙ୍କ ଭାଗ୍ୟ ଭଲ ଥିଲା। ଖାଲରେ ପଡିବା ପୂର୍ବରୁ ସେ ଗୋଟିଏ ଗଛରେ ରହିଗଲେ।

ଇନ୍ଦୋର ନିକଟସ୍ଥ କଲାକୁଣ୍ଡ ପାତାଳପାଣି କ୍ଷେତ୍ରରେ ଜଣେ ମହିଳା ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏତେ ଉଚ୍ଚତାଓ ଡେଇଁବା ପରେ ବି ସେ ବଞ୍ଚିଗଲେ। ତେବେ ସେ ଗାଭିତ କ୍ଷତବିକ୍ଷତ ହୋଇଛନ୍ତି। ଗ୍ରାମବାସୀ ବଡ କଷ୍ଟରେ ତାଙ୍କୁ ଖାଲରୁ ଉଦ୍ଧାର କରିଛନ୍ତି।

ମହିଳା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ମୁମ୍ବାଇ)ରେ କ୍ଲାର୍କ ଅଛନ୍ତି। ଲକଡାଉନ ସମୟରୁ ସେ ମହୁରେ ରହୁଛନ୍ତି। ତେବେ ସେ କାହିଁକି ଏହିଭଳି ପଦକ୍ଷେପ ନେଲେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ପାରିବାରିକ ମତଭେଦ ଯୋଗୁଁ ସେ ଏହିଭଳି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ମହିଳାଙ୍କ ସ୍ୱାମୀ ମଧ୍ୟ ବ୍ୟାଙ୍କରେ କାମ କରନ୍ତି।

ପର୍ଯ୍ୟଟନ ସ୍ଥଳ ପାତାଳପାଣିକୁ ଆସି ମହିଳା ହଠାତ ଡେଇଁ ପଡ଼ିଥିଲେ। ଏହା ଦେଖି ଆଖପାଖରେ ଥିବା ଲୋକେ ସ୍ତବ୍ଦ ହୋଇଯାଇଥିଲେ। କିନ୍ତୁ ମହିଳା ଖାଲରେ ନ ପଡି ମଝିରେ ଥିବା ଏକ ଗଛରେ ଅଟକି ଯାଇଥିଲେ। ପୋଲିସ ଓ ଗ୍ରାମବାସୀଙ୍କ ସାହାଯ୍ୟରେ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଯାଇଛି।

ତେବେ ମହିଳାଙ୍କୁ ଉଦ୍ଧାର କରିବା ସହଜ ନଥିଲା। କାରଣ ଖାଲ ଭିତରକୁ ଓହ୍ଲେଇବ ବହୁତ କଠିନ। ସେଥିପାଇଁ ଗ୍ରାମବାସୀ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଓ ମହିଳାଙ୍କୁ ଉଦ୍ଧାର କରିବାରେ ପୋଲିସକୁ ସାହାଯ୍ୟ ମଧ୍ୟ କରିଥିଲେ। ଗ୍ରାମବାସୀ ପାହାଡ ରାସ୍ତା ଦେଇ ଖାଲ ଭିତରକୁ ଓହ୍ଲେଇଥିଲେ ଓ କାଠ ସାହାଯ୍ୟରେ ମହିଳାଙ୍କୁ କପଡାରେ ବାନ୍ଧି ଉପରକୁ କାଢିଥିଲେ।

ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଛି। ମହିଳାଙ୍କ ବୟାନ ରେକର୍ଡ କରାଯାଇ ପାରିନାହିଁ। ମହିଳାଙ୍କ ବୟାନ ପରେ ଜଣାପଡିବ ସେ ଏହିଭଳି ପଦକ୍ଷେପ କାହିଁକି ନେଇଥିଲେ। ଏହାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

   Related Posts