Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦୁଷ୍କର୍ମ ଅଭିଯୋଗ ପୋଲିସ ଶୁଣିଲାନି ବୋଲି ମହିଳା କିରୋସିନି ଢ଼ାଳି ଦେହରେ ଲଗାଇଲେ ନିଆଁ

12/03/2019 at 8:53 PM

କାନପୁର ୧୨/୩- ଦୁଷ୍କର୍ମର ଅଭିଯୋଗ ଶୁଣିଲା ନାହିଁ ପୋଲିସ । ମହିଳା ନିଜ ଦେହରେ କିରୋସିନି ଢ଼ାଳି କଲେ ଆତ୍ମହତ୍ୟା ।

ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଅଂଚଳରେ । ଜଣେ ୩୦ ବର୍ଷ ବୟସ୍କା ମହିଳାଙ୍କ କ୍ଷେତ୍ରରେ ଏହି ଘଟଣା ଘଟିବା ପରେ ପୋଲିସ ପାଖରେ ଫେରାଦ ହୋଇଥିଲେ ।

କିନ୍ତୁ ପୋଲିସ ଏହି ଘଟଣାରେ  କିଛି ପଦକ୍ଷେପ ନେଲା ନାହିଁ କିମ୍ବା ଅପରାଧିକୁ ଧରିବାକୁ କୌଣସି ଆଗ୍ରହ ପ୍ରକାଶ କଲାନାହିଁ । ଏବାବଦରେ ବାରମ୍ବାର ପୋଲିସକୁ କହିବାପରେ କୌଣସି ପଦକ୍ଷେପ ନ ନେବାରୁ ମହିଳା ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ମହିଳାଙ୍କ ସ୍ଵାମୀ ସିକ୍ୟୁରିଟଭାବେ ଏକ ଘୋରେଇ ସଂସ୍ଥାରେ କାମ କରୁଥିଲେ । ରାତିରେ ସ୍ତ୍ରୀଙ୍କ ଦେହ ଖରାପ ହେବାରୁ ତାଙ୍କୁ ମେଡ଼ିକାଲ ନେଇ ଯାଉଥିଲେ । ଏହି ସମୟରେ କିଛି ଯୁବକ ରାସ୍ତାରେ ଅଟକାଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ।

ଘଟଣାର ପରଦିନ ମହିଳା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଥାନାଧିକାରୀ କୌଣସି ଅଭିଯୋଗ ଶୁଣି ନଥିଲେ । ବାରମ୍ବାର କହିବା ପରେ ପୋଲିସ ଅଭିଯୋଗ  ନଶୁଣିବାରୁ ମହିଳା ନିଜ ଦେହରେ କିରୋସିନି ଢ଼ାଳି କଲେ ଆତ୍ମହତ୍ୟା ।

   Related Posts