Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କେନାଲକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କରିବାକୁ ଡେଇଁଲେ ଦୁଇ ଯୁବକ

14/11/2021 at 8:17 PM

ବାଲିପାଟଣା ୧୪।୧୧: ପାରିବାରିକ କଳହକୁ କେନ୍ଦ୍ର କରି କେନାଲ୍‌କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା । ସୌଭାଗ୍ୟବଶତଃ ଦୁଇ ସାହାସୀ ଯୁବକଙ୍କ ପାଇଁ ମହିଳାଙ୍କ ଜୀବନ ବଞ୍ଚି ଯାଇଛି। ଏଭଳି ଘଟଣା ଘଟିଛି ବାଲିଅନ୍ତା ଥାନା ଭୁବନପୁର ପୁରୀ ମୁଖ୍ୟ କେନାଲରେ।

ସ୍ଥାନୀୟ ଏକ ଇଟା ଭାଟିରେ ମହିଳା କାମ କରୁଥିଲେ। ହେଲେ ଭୁବନପୁର ଠାରେ ପୁରୀ ମୁଖ୍ୟ କେନାଲକୁ ଡେଇଁ ପଡିଥିଲେ । ପାଖରେ ମାଛ ଧରୁଥିବା ଦୁଇ ଯୁବକ ଏହା ଦେଖି ମହିଳାଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ କେନାଲ୍‌କୁ ଡେଇଁ ଥିଲେ । ଦୁଇ ଯୁବକ ମହିଳାଙ୍କୁ କେନାଲ୍‌ରୁ ଉଦ୍ଧାର କରିବା ପରେ ମେଡିକାଲ ରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଦୁଇ ଯୁବକଙ୍କ ସାହାସ ପାଇଁ ମହିଳାଙ୍କ ଜୀବନ ବଞ୍ଚି ଯାଇଛି। ସ୍ଥାନୀୟ ଲୋକ ଯୁବକ ଦ୍ଵୟଙ୍କୁ ପ୍ରଂସଶା କରିଛନ୍ତି ।

   Related Posts