Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଟେଲିଫୋନ ଟାୱାର ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

5/07/2020 at 2:14 PM

ଫୁଲବାଣୀ ୦୫/୦୭ : ଫୁଲବାଣୀ ଜିଲ୍ଲା ଅମଲାପଡା ସ୍ଥିତ ରିଲାଏନ୍ସ ଟେଲିଫୋନ ଟାୱାର ଉପରେ ଚଢି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁସାରେ ଆଜି ପୂର୍ବାହ୍ନ ପ୍ରାୟ ୧୧ ଟା ବେଳେ ଜଣେ ମହିଳା ଟାୱାର ଉପରେ ଚଢୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେତେବେଳକୁ ମହିଳା ଜଣକ ୧୮୦ ଫୁଟର ଟାୱାରର ପ୍ରାୟ ୧୫୦ ଫୁଟ ପର୍ଯ୍ୟନ୍ତ ଚଢି ସାରିଥିଲେ । କର୍ମଚାରୀମାନେ ସଙ୍ଗେ ସଙ୍ଗେ ଟାୱାର ଉପରେ ଚଢି ମହିଳାଙ୍କୁ କାବୁ କରି ନେଇ ବହୁ କଷ୍ଟରେ ତଳକୁ ଓହ୍ଲାଇଥିଲେ ।

ଉଦ୍ଧାର କରିବାକୁ ପ୍ରାୟ ୪୫୬ ମିନିଟ୍ ସମୟ ଲାଗି ଯାଇଥିଲା । ତଳକୁ ଆଣିବା ପରେ ତାଙ୍କୁ ପୁଲିସ୍ ଗାଡିରେ ହସ୍ପିଟାଲ ନିଆଯାଇଛି । ମହିଳା ଜଣଙ୍କର ପରିଚୟ ମିଳି ପାରିନଥିବା ବେଳେ ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ତାଙ୍କର ଟିକେ ମସ୍ତିଷ୍କ ବିକୃତ ଥିବା ତାଙ୍କ କଥା ବାର୍ତାରୁ ଜଣା ପଡୁଛି । ତାଙ୍କୁ ହସ୍ପିଟାଲରେ ଖାଇବାକୁ ନ ଦେବାରୁ ଆତ୍ମହତ୍ୟା କରୁଥିବା କହୁଥିବା ବେଳେ କେତେବେଳେ ସେ ତାଙ୍କ ଘରକୁ ଯାଉଥିଲେ ବୋଲି କହୁଛି। ଟାଉନ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

   Related Posts