ଭୁବନେଶ୍ୱର କୁଆଖାଇ ପୋଲ ଉପରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କଲେ ସ୍ଥାନୀୟ ଲୋକେ

Published By : Prameya-News7 Bureau | December 01, 2018 IST

ଭୁବନେଶ୍ୱର ୧/୧୨ : ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀ ପୋଲ ଉପରୁ ତଳକୁ ଡେଇଁ ଜଣେ ଅଜଣା ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ମହିଳାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ପାଣିରୁ ଉଦ୍ଧାର କରିଛନ୍ତି | ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | କେଉଁ କାରଣ ଯୋଗୁଁ ମହିଳା ଏଭଳି କରିଛନ୍ତି ତାହା ଜଣାପଡିନାହିଁ | ତେବେ ସେ ଅତ୍ୟନ୍ତ ଭାନି ପଡିଥିବା ଜଣାପଡିଛି | ଆଜି ଅପରାହ୍ନ ପାଖାପାଖି ୪ଟା ବେଳକୁ ଏହି ଘଟଣା ଗହାଇଥିଲା | ଫଳରେ କଟକ ଭୁବନେଶ୍ୱର ମଧ୍ୟରେ ଗାଡି ବସ ଚଳାଚଳ କୁଆଖାଇ ପୋଲ ଉପରେ ବାଧା ପ୍ରାପ୍ତ ହୋଇଥିଲା | ଯା ଆସ କରୁଥିବା ଲୋକମାନେ ଗାଡି ଅଟକାଇ ଘଟଣା କଣ ଜାଣିବା ପାଇଁ ଚେଷ୍ଟା କରିଥିଲେ | ପୋଲିସ ଘଟନସ୍ଥଳରେ ପହଂଚି ମହିଳାଙ୍କୁ ହସ୍ପିଟାଲ ନେବା ବ୍ୟବସ୍ଥା କରିଥିଲା | ମହିଳା ଜଣକ କିଛି କହିପାରୁନଥିବା ଯୋଗୁଁ ତାଙ୍କ ପରିଚୟ ମିଳିପାରିନାହିଁ ଏବଂ ଏଭଳି ଚରମ ପଦକ୍ଷେପ ନେବା ପଛର କାରଣ ମଧ୍ୟ ଜଣାପଡିନାହିଁ | ସୂଚନାଯୋଗ୍ୟ ଯେ, କୁଆଖାଇ ପୋଲ ଉପରୁ ଡେଇଁ ବାରମ୍ବାର ବିଭିନ୍ନ ସମୟରେ ଆତ୍ମହତ୍ୟା ଉଦ୍ୟମ ହେଉଛି | ଏଥିପାଇଁ କୁଆଖାଇ ପୋଲ ନିକଟରେ କଡା ପୋଲିସ ପହଁରା ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକେ ବରାବର ଦାବି କରି ଆସୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.