Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଡାକ୍ତରଖାନା ବେଡରେ କଲବଲ ହେଉଛନ୍ତି ମହିଳା , ପ୍ରେମିକ ଧୋକା ଦେବାରୁ ଥାନା ଆଗରେ ନିଜ ଦେହରେ ଲଗାଇଦେଇଥିଲେ ନିଆଁ

12/03/2020 at 4:48 PM

ଭୁବନେଶ୍ବର ୧୨/୩: ପ୍ରେମିକ ଧୋକା ଦେବାରୁ ନ୍ୟାୟ ପାଇବା ପାଇଁ ମହିଳା ଏତଲା ଦେବାକୁ ଥାନାକୁ ଆସିଥିଲେ। କିନ୍ତୁ ହଠାତ୍ କ’ଣ ହେଲା କେଜାଣି ମହିଳା ଜଣକ ଏତଲା ଦେବା ବଦଳରେ ଥାନା ସମ୍ମୁଖରେ ନିଜ ଶରୀରରେ ନିଆଁ ଲଗାଇ ଦେଲେ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନୟାପଲ୍ଲୀ ଥାନା ଅଞ୍ଚଳରେ।

ପୋଡ଼ି ଯାଇଥିବା ମହିଳା ଜଣକ ହେଲେ ସାଲିଆସାହିର ଝୁନା ବେହେରା୨୯(ଛଦ୍ମ ନାମ)। ଏବେ ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ସଙ୍କଟପନ୍ନ ରହିଛି। ଶରୀରର ୯୦ପ୍ରତିଶତ ପୋଡ଼ି ଯାଇଛି। ସେପଟେ ଧୋକା ଦେଇଥିବା ପ୍ରେମିକ କେନ୍ଦ୍ରାପଡ଼ା ଡେରାବିଶର ଜିତେନ୍ଦ୍ର ପ୍ରଧାନକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି।

ସୂଚନା ଅନୁଯାୟୀ, ଝୁନାଙ୍କ ଘର ଜଗତସିଂହପୁରରେ। ସେ ବାପା-ମାଆଙ୍କ ସହ ଦୀର୍ଘ ବର୍ଷରୁ ସାଲିଆ ସାହିରେ ରହୁଥିଲେ। ୨୦୧୪ମସିହାରେ ଉକ୍ତ ବସ୍ତିରେ ରହୁଥିବା ଗଞ୍ଜାମର କୈଳାସ ସ୍ବାଇଁଙ୍କୁ ବିବାହ କରିଥିଲେ। ବର୍ଷକ ପରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। କୈଳାସ ସବୁଦିନ ମଦ ପିଇ ଘରେ ପାଟିତୁଣ୍ଡ କରୁଥିଲା। ଝୁନା ଏବଂ ତାଙ୍କ ପୁଅଙ୍କୁ ମାରଧର କରୁଥିଲା। ନିର୍ଯ୍ୟାତନା ସହିନପାରି ଝୁନା ପୁଅକୁ ନେଇ ବାପଘରକୁ ଚାଲିଯାଇଥିଲେ। କିଛି ଦିନ ପରେ କୈଳାସ ମଧ୍ୟ ବସ୍ତି ଛାଡ଼ି ଗାଁକୁ ଚାଲି ଯାଇଥିଲା। ସେ ଏଯାଏଁ ଫେରିନାହିଁ।

ଝୁନାଙ୍କ ବାପା ଦିନ ମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲେ। ୨୦୧୯ମସିହା ଅକ୍ଟୋବର ମାସରେ ଝୁନାଙ୍କ ବାପାଙ୍କ ପରଲୋକ ହୋଇଥିଲା। ଏହା ପରେ ପରିବାର ଚଳିବା କଷ୍ଟ ହୋଇଥିଲା। ବାଧ୍ୟ ହୋଇ ଝୁନା ରୋଜଗାର କରିବା ପାଇଁ ଘରୁ ଗୋଡ଼ କାଢ଼ିଥିଲେ। ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସହଯୋଗରେ ଝୁନା ‘ହୋଟେଲ୍ ବରି ଇଣ୍ଟରନ୍ୟାସନାଲ’ରେ କାମ ଆରମ୍ଭ କରିଥିଲେ। ହୋଟେଲରେ କାମ କରି ଯାହା ଟଙ୍କା ପାଉଥିଲେ ସେଥିରେ ପରିବାର ଚଳାଉଥିଲେ। କିଛି ଦିନ ପରେ ହୋଟେଲରେ ସିକ୍ୟୁରିଟି ଗାର୍ଡ଼ ଥିବା ଜିତେନ୍ଦ୍ର ସହ ଝୁନାଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟ ସ୍ବାମୀ-ସ୍ତ୍ରୀ ଭଳି ଚଳୁଥିଲେ। ଝୁନା ଗତ ୧୫ତାରିଖରେ କହିଥିଲେ ମୋତେ ବିବାହ କରି ସ୍ତ୍ରୀର ମାନ୍ୟତା ଦିଅ। ଜିତେନ୍ଦ୍ର କହିଥିଲା,ମୁଁ ବିବାହିତ ମୋର ଛୋଟ ଝିଅ ଅଛି। ମୁଁ ଆଉ ଥରେ ବାହା ହୋଇପାରିବ ନାହିଁ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଗତ ୯ତାରିଖ ସନ୍ଧ୍ୟା ୭ଟାରେ ଜିତେନ୍ଦ୍ର ଓ ଝୁନା ଥାନାକୁ ଆସି ଆଇଆଇସି ଅରୁଣ ସ୍ବାଇଁକୁ ଘଟଣା ବିଷୟରେ ଜଣାଇଥିଲେ। ଆଇଆଇସି ଉଭୟଙ୍କ କଥା ଶୁଣି ଝୁନାଙ୍କୁ କହିଥିଲେ,ତୁମେ ଲିଖିତ ଅଭିଯୋଗ ଦିଅ। ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏତଲା ଲେଖି ଆଣୁଛି ବୋଲି କହି ଝୁନା ସେଠାରୁ ଚାଲି ଆସିଥିଲେ। ପୋଲିସ୍ ଜିତେନ୍ଦ୍ରକୁ ଅଟକ ରଖିଥିଲା। ସାଢ଼େ ୮ଟାରେ ଥାନା ଦୁଆର ମୁହଁରେ ଝୁନା ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ଥାନା କର୍ମଚାରୀ ନିଆଁ ଲିଭାଇ ତାଙ୍କୁ ପ୍ରଥମେ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସେପଟେ ଆଜି ହସ୍ପିଟାଲରେ ଝୁନାଙ୍କ ମୃତ୍ୟୁକାଳୀନ ବୟାନ୍ ରେକର୍ଡ଼ କରାଯାଇଛି। ଝୁନାଙ୍କ ମା ଏତଲା ଦେବା ପରେ ପୋଲିସ୍ ଜିତେନ୍ଦ୍ରକୁ ଗିରଫ କରିଥିଲା।

   Related Posts