ଦେହରେ କିରୋସିନି ଢାଳି ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | January 09, 2019 IST

ନୟାଗଡ ୯|୧: ଦେହରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା । ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳା ହେଲେ ରେବତୀ ନାୟକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଶରଣକୁଳ ଥାନା କଟରାଝରୀ ଗଁ।ରେ । ରେବତୀ ବିବାହିତ ହୋଇଥିଲେ ମଧ୍ୟ ସ୍ବାମୀଙ୍କ ସହ କଳହ ହେତୁ ଗତ କିଛି ବର୍ଷ ହେଲା ବାପା ଧିରଜ ନାୟକଙ୍କ ଘରେ ରହୁଥିଲେ । ତାଙ୍କର ତିନୋଟି ପିଲା ଅଛନ୍ତି । ଗତ ଏକ ବର୍ଷ ହେଲା ସେ ମାନସିକ ଭାରସାମ୍ୟ ହରାଇଥିବା ପରିବାରଲୋକଙ୍କ ଠାରୁ ଜଣାପଡିଛି । ଆଜି ବାପା ଓ ମା କାମକୁ ଯାଇଥିବା ସମୟରେ ରେବତୀ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଦେହର ୯୦ଭାଗ ପୋଡିଯାଇଥିବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.