ମଦ ଛାଡିଲାନି ସ୍ବାମୀ, ବୁଝେଇ ବୁଝେଇ ଥକିଗଲା ସ୍ତ୍ରୀ, ଶେଷରେ ମଦ ଦୋକାନ ଆଗରେ ନିଜ ଦେହରେ ଲଗାଇଦେଲା ନିଆଁ

Published By : Prameya-News7 Bureau | April 03, 2021 IST

ଭୋପାଳ ୦୩/୦୪ : ମଦ ପିଇବାକୁ ବାରଣ କରିବା ପରେ ବି ମାନିଲାନି ମଦୁଆ ସ୍ବାମୀ । ଅସହାୟ ପ୍ରକାଶ କରି ସେହି ମଦ ଦୋକାନ ସାମ୍ନାରେ ହିଁ ନିଜ ଦେହରେ ନିଆଁ ଲଗାଇଦେଲେ ପତ୍ନୀ । ମଧ୍ୟ ପ୍ରଦେଶର ଶାହନଗର ଥାନା ଅଞ୍ଚଳରେ ଘଟିଛି ଏଭଳି ହୃଦୟ ବିଦାରକ ଘଟଣା । ନିକଟରେ ଥିବା କିଛି ଲୋକ ମହିଳାଙ୍କ ଶରୀରରୁ ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ସହିତ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ  ତାଙ୍କୁ ଜବଲପୁର ସ୍ଥାନାନ୍ତର କରାଯାଇଛି । ଗୁରୁତର ମହିଳାଜଣକ ଜଣେ ସ୍ବାସ୍ଥ୍ୟକର୍ମୀ ।

{"width":836,"height":452}

ସୂଚନା ମୁତାବକ, ମହିଳାଙ୍କ ସ୍ବାମୀ ପ୍ରତିଦିନ ମଦ୍ୟପାନ କରୁଥିଲେ । ଯାହାକୁ ନେଇ ଘରେ ଅସନ୍ତୋଷ ଲାଗିରହିଥିଲା । ତେବେ ଶନିବାର ଦିନ ମହିଳାଙ୍କ ସ୍ବାମୀ ପୁଣି ଥରେ ମଦ ଆଣିବା ପାଇଁ ନିକଟସ୍ଥ ମଦ ଦୋକାନକୁ ଯାଇଥିଲେ । ପତ୍ନୀ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ରାଗରେ ମହିଳାଜଣକ ନିଜ ଦେହରେ ନିଆଁ ଲଗାଇଦେଇଥିଲେ । ତେବେ ବର୍ତ୍ତମାନ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.