Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ବିଜେପି ରାଜ୍ୟ କାର୍ଯ୍ୟାଳୟ ଗେଟ୍ ନିକଟରେ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମଦାହ ଉଦ୍ୟମ, ଅବସ୍ଥା ଗୁରୁତର

13/10/2020 at 4:50 PM

ଲକ୍ଷ୍ନୌ ୧୩/୧୦ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଗେଟ ସମ୍ମୁଖରେ ମଙ୍ଗଳବାର ଦିନ ଜଣେ ମହିଳା ନିଜକୁ ନିଆଁ ଲଗାଇ ଆତ୍ମଦାହ କରିବାକୁ ପ୍ରୟାସ କରିଛନ୍ତି। ମହିଳା ନିଜ ଦେହରେ ଜ୍ବଳନଶୀଳ ପଦାର୍ଥ ପକାଇ ନିଆଁ ଲଗାଇଥିଲେ। ସେଠାରେ ଉପସ୍ଥିତ ଥିବ ମିଡ଼ିଆକର୍ମୀ ଓ ସୁରକ୍ଷାକର୍ମୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମହିଳାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମହିଳା ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି। ତେବେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମଦାହ କରିବାକୁ କାହିଁକି ପ୍ରୟାସ କରିଥିଲେ ତାହା ଏବେ ସୁଦ୍ଧା ଜଣାପଡିନାହିଁ। ପୋଲିସ ମାମଲାର ତଦନ୍ତ କରୁଛି।

ଘଟଣା ହଜରତଗଞ୍ଜ ଥାନା ଅଞ୍ଚଳର। ସୂଚନା ଅନୁଯାୟୀ, ପୀଡିତ ମହିଳା ଉତ୍ତର ପ୍ରଦେଶ ମହାରାଜଗଞ୍ଜରେ ରୁହନ୍ତି। ଅଖିଳେସ ତିୱାରୀଙ୍କ ସହ ତାଙ୍କର ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ମହିଳା ଜଣକ ଧର୍ମ ପରିବର୍ତ୍ତନ କରି ଆସିଫ ନାମକ ଯୁବକକୁ ବିବାହ କରିଥିଲେ। ବିବାହ ପରେ ଆସିଫ ସାଉଦି ଚାଲି ଯାଇଥିଲା। ମହିଳାଙ୍କ କହିବାନୁଯାୟୀ, ଆସିଫଙ୍କ ପରିବାର ଲୋକ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ନିର୍ଯ୍ୟାତନା ସହିନପାରି ମହିଳା ବିଜେପି କାର୍ଯ୍ୟାଳୟର ୨ ନମ୍ବର ଗେଟ ନିକଟରେ ଆତ୍ମଦାହ କରିବାକୁ ଚେଷ୍ଟା କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସିଭିଲ ହସ୍ପିଟାଲରେ ହଜରତଗଞ୍ଜ ଡିସିପି, ଏଡ଼ିସିପି ଇନ୍ସପେକ୍ଟରଙ୍କ ସମେତ ତମାମ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ଲଭ ଜିହାଦ ମାମଲା ସମ୍ପର୍କରେ ପଚାରି ବୁଝିଛନ୍ତି।

ଘଟଣାକୁ ଦେଖି ଯୋଗୀ ସରକାର ଦୃଢ ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ଏହିଭଳି ଘଟଣା ରୋକିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟ ଯୋଜନା କରିବାକୁ ନିର୍ଦେଶ ଦେଇଛନ୍ତି। ନିକଟରେ ମେରଠ, କାନପୁର, ଲଖିମିପୁର ଖିରିରେ ଯୁବତୀ ଓ ମହିଳାଙ୍କୁ ମିଛ ପ୍ରେମ ଜାଲରେ ଫସାଉଥିବା ମାମଲା ସାମ୍ନାକୁ ଆସିଥିଲା। ମେରଠ ଓ ଲଖିମିପୁରରେ ଯୁବତୀମାନଙ୍କୁ ହତ୍ୟା ମଧ୍ୟ କରାଯାଇଥିଲା

   Related Posts