Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

କୁଶଭଦ୍ରା ବ୍ରିଜ୍‌ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା, ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ଅଭିଯୋଗ

30/01/2021 at 3:48 PM

କୋଣାର୍କ ୩୦।୧: କୁଶଭଦ୍ରା ନଦୀ ବ୍ରିଜ୍ ଉପରୁ ଡେଇଁ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବ୍ରିଜ୍ ଉପରୁ ଡେଇଁବା ବେଳେ ମହିଳାଙ୍କୁ ଜଣେ ବ୍ୟକ୍ତି କାବୁ କରିନେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ଗୋପ ବ୍ଲକ ଦଳନଇ ଗ୍ରାମର ସଂପୃକ୍ତ ମହିଳା ନିମାପଡା ଥାନା ଅନ୍ତର୍ଗତ ପନୀମାଳଗ୍ରାମର ତପନ ମହାରଣାଙ୍କୁ ବିବାହ କରିଥିଲେ । ସ୍ବାମୀ ପାଖରେ ରହୁନଥିବାରୁ ମହିଳାଙ୍କୁ ଶାଶୁଘର ଲୋକେ ନିର୍ଯାତନା ଦେଉଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ସ୍ବାମୀ ଚଳିବl ପାଇଁ କିଛି ଟଙ୍କା ଦେଉନଥିବା ଯୋଗୁଁ ଦୁଇ ପିଲାଙ୍କୁ ଖାଇବାକୁ ଦେଇପାରୁନଥିବା ଯୋଗୁଁ ଆତ୍ମହତ୍ୟା କରିବାକୁ ଯାଉଥିଲେ ବୋଲି ମହିଳା ଜଣଙ୍କ କହିଛନ୍ତି ।

ଘଟଣାସ୍ଥଳରେ ଗୋପ ପୋଲିସ ପହଞ୍ଚି ମହିଳାଙ୍କ ସହିତ ତାଙ୍କ ଦୁଇ ଶିଶୁ ପୁତ୍ରକୁ ଗୋପ ଥାନାରେ ରଖି ପଚାର ଉଚରା ଚଳାଇଛି । ତେବେ ମହିଳାଙ୍କ କଥାରେ କେତେ ସତ୍ୟତା ରହିଛି ଏବଂ ମହିଳା ଜଣଙ୍କ ପ୍ରକୃତରେ କେଉଁ କାରଣରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ତାହା ତଦନ୍ତ ପରେ ଜଣା ପଡିବ ବୋଲି ପୋଲିସ କହିଛି ।

   Related Posts