ବୈତରଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ମାସେ ତଳେ କରିଥିଲେ ବିବାହ

Published By : Prameya-News7 Bureau | December 12, 2020 IST

ଯାଜପୁର ରୋଡ୍ ୧୨।୧୨: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଆଖୁଆପଦା ନିକଟରେ ବୈତରଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ନଦୀ ବ୍ରିଜ୍ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଉଦ୍ଧାର କରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ । ମହିଳା ଜଣଙ୍କ ବାଲେଶ୍ଵର ଜିଲ୍ଲା କନ୍ତପଡା ଅଞ୍ଚଳର ଦୟାନିଧି ମଲିକଙ୍କ ଝିଅ ରାଜଶ୍ମିତା ମଲ୍ଲିକ । ସେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ସଢଙ୍ଗ ଅଞ୍ଚଳର ସନ୍ଦୀପ ପଢ଼ିହାରୀଙ୍କୁ ମାସେ ତଳେ ବିବାହ କରିଥିଲେ । ତେବେ ପାରିବାରିକ କଳହକୁ ନେଇ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି । ମହିଳାଙ୍କୁ ଅଟକ ରଖି ପାଣିକୋଇଲି ପୋଲିସ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.