ମହାନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଲୋକେ

Published By : Prameya-News7 Bureau | June 30, 2021 IST

ବିନିକା ୩୦।୬: ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହାନଦୀ ସେତୁ ଉପରୁ ଡେଇଁ ଜଣେ ଅଜଣା ମହିଳା ଆତ୍ମହତ୍ୟା କରୁଥିଲେ । ଏହି ସମୟରେ ଯାତାୟାତ କରୁଥିବା ଲୋକେ ଦେଖି ମହିଳାଙ୍କୁ କାବୁ କରି ପୋଲିସକୁ ଖବର ଦେବାପରେ ପୋଲିସ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଛି । ପୋଲିସ ଉଦ୍ଧାର କରି ବିନିକା ପ୍ରାଥମିକ ଚିକିତ୍ସା ପାଇଁ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ମହିଳା ଜଣଙ୍କ ବିନିକା ବ୍ଲକ ସିଙ୍ଗିଯୁବ ଗାଁର ଆଶାକର୍ମୀ ସସ୍ମିତା ନାଏକ ବୋଲି ଜଣାପଡିଛି । ପାରିବାରିକ କଳହ ଅସହ୍ୟ ହେବାରୁ ଶେଷରେ ବାଧ୍ୟ ହୋଇ ସସ୍ମିତା ଆତ୍ମହତ୍ୟା କରିବା ପାଇଁ ମହାନଦୀ ପୋଲ ଉପରେ ଡେଉଁଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରି ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.