ପୁଣି ଗୁଣିଗାରେଡି ସନ୍ଦେହରେ ହତ୍ୟା ଉଦ୍ୟମ : ମହିଳାଙ୍କୁ ମହିଳା ହାଣିଲେ ଟାଙ୍ଗିଆରେ…

Published By : Prameya-News7 Bureau | August 23, 2019 IST

ଆନନ୍ଦପୁର ୨୩|୮: ପୁଣି ଗୁଣି ଗାରେଡି ସନ୍ଦେହରେ କେନ୍ଦୁଝର ଜିଲ୍ଲାରେ ଏକ ହତ୍ୟା ଉଦ୍ୟମ ହୋଇଛି । ଗୁଣି କରୁଥିବା  ସଂଦେହରେ ଜଣେ ବୃଦ୍ଧାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଛନ୍ତି ଗାଁର ଜଣେ ମହିଳା । ଆକ୍ରମଣର ଯୋଗୁଁ ବୃଦ୍ଧାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ବୃଦ୍ଧାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

{"id":147840}

ଘସିପୁରା ଥାନା ଟିକିରା ଗାଁର ରାମଚନ୍ଦ୍ର ଟୁଡୁଙ୍କ ପତ୍ନୀ ଝୀଲ୍ଲି ଗତ କିଛିଦିନ ହେବ ଅସୁସ୍ଥ ରହୁଛନ୍ତି । ବିଭିନ୍ନ ଜାଗାରେ ଚିକିତ୍ସା ପରେ ମଧ୍ୟ ସୁସ୍ଥ ନ ହେବାରୁ ସେ ଗାଁର ଲକ୍ଷ୍ମୀପ୍ରିୟା ନାମକ ଜଣେ ବୃଦ୍ଧା ତାଙ୍କୁ ଗୁଣି ଗାରେଡ଼ି କରିଥିବା ସଂଦେହ କରିଥିଲେ । ଏହି କାରଣରୁ ଗତକାଲି ସନ୍ଧ୍ୟାରେ ଲକ୍ଷ୍ମୀପ୍ରିୟା ଝୀଲ୍ଲି ଘରକୁ ଆସିଥିବା ସମୟରେ ଝୀଲ୍ଲି ଏକ ଟାଙ୍ଗିଆରେ ତାଙ୍କୁ ଆକ୍ରମଣ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.