ଏ କି ମହିଳା ସୁରକ୍ଷା ? ରାଜଧାନୀ ରାସ୍ତାରେ ଜଣେ ମହିଳାଙ୍କୁ ଗୋଡାଇ ଗୋଡାଇ ମାଡ ମାରୁଛନ୍ତି ୭-୮ ପୁରୁଷ, ସିସିଟିଭି ଫୁଟେଜ ଦେଖି ପୋଲିସର ତଦନ୍ତ

Published By : Prameya-News7 Bureau | March 11, 2020 IST

ଭୁବନେଶ୍ବର ୧୧।୩: ରାଜଧାନୀ ଭୁବନେଶ୍ବରରେ ଅମାନୁଷିକକାଣ୍ଡ । ଜଣେ ମହିଳାଙ୍କୁ ଏକାସାଙ୍ଗରେ ଆକ୍ରମଣ କରୁଛନ୍ତି ୭ରୁ ୮ଜଣ ବ୍ୟକ୍ତି । ଜଣଙ୍କ ପରେ ଜଣେ ମହିଳାଙ୍କୁ ମାଡ ଧକ୍କା, ଚାପୁଡା ସହ ଗୋଇଠା ବି ମାରୁଛନ୍ତି । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି ।

{"id":236431,"sizeSlug":"large"}

ଭିଡିଓରେ ଥିବା ଦୃଶ୍ୟଟି ପୁରୁଣା ଭୁବନେଶ୍ବର ଅଞ୍ଚଳର ବୋଲି ଜଣାପଡିଛି । ସର୍ବସାଧାରଣ ସ୍ଥାନରେ ମହିଳାଙ୍କୁ ପିଟୁଛନ୍ତି କିଛି ଲୋକେ । ଘଟଣାଟି ଗତ ସୋମବାର ଦିନ ଘଟିଥିବା ଜଣାପଡିଛି । ମହିଳାଙ୍କୁ ଗଡେଇତଡେଇ ମାଡ ମାରୁଛନ୍ତି । ଧକ୍କା ମାରୁଛନ୍ତି । ଠେଲାପେଲା କରୁଛନ୍ତି । ବିଧା, ଚଟକଣା ସହ ଗୋଇଠା ବି ମାରୁଛନ୍ତି । ମହିଳା ଜଣଙ୍କ ତଳେ ପଡିଗଲା ପରେ ବି ତାଙ୍କୁ ଛାଡିନାହାନ୍ତି ।

{"id":236432,"sizeSlug":"large"}

କିନ୍ତୁ ଜଣେ ମହିଳାଙ୍କୁ କାହିଁକି ଏତେ ଲୋକ ଗୋଡାଇ ଗୋଡାଇ ମାରୁଛନ୍ତି ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । କେହି ଏନ ନେଇ ଥାନାରେ ଅଭିଯୋଗ କରିନଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.