Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବାସନ୍ଦ ପରିବାର ସହ ସମ୍ପର୍କ, ମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ଏତଲା ପରେ ଭୟରେ ଗାଁ ପୁରୁଷ ଶୂନ୍ୟ

18/06/2021 at 12:13 PM

ଜଗତସିଂହପୁର ୧୮।୬: ଗାଁରୁ ସାମାଜିକ ବାସନ୍ଦ ଥିବା ପରିବାର ସହ ସମ୍ପର୍କ ରଖିଥିବାରୁ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ । ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଗାଁ ପୁରୁଷ ଶୂନ୍ୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଚନ୍ଧା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଜଗନ୍ନାଥପୁର ଚନ୍ଧା ଗ୍ରାମ ବ୍ରାହ୍ମଣ ସାହିର ଅନୁସୂଚିତ ବର୍ଗର ମହିଳା ଅଞ୍ଜନା ଦାସଙ୍କୁ ଜାତିଆଣ ଆକ୍ଷେପ କରି ସେହି ଗ୍ରାମର କେତେକ ସବର୍ଣ୍ଣ ଲୋକ ମରଣାନ୍ତକ ଆକ୍ରମଣ କରିଥିଲେ । ଗତ ୧୦ ତାରିଖରେ ଏହି ଆକ୍ରମଣ କରାଯାଇଥିବା ବେଳେ ମହିଳା ଜଣଙ୍କ ଗୁରୁତର ହୋଇ ପ୍ରଥମେ ମଣିଜଙ୍ଗା ଓ ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ହୋଇଥିଲେ । ଗ୍ରାମର ସୌରି ଶତପଥୀ ନାମକ ଜନୈକ ବ୍ୟକ୍ତି ଅନ୍ୟ ଜାତିର ଯୁବତୀଙ୍କୁ ବିବାହ କରିଥିବାରୁ ଗାଁରେ ସାମାଜିକ ବାସନ୍ଦ ଥିଲେ । ମହିଳାଙ୍କ ପୁଅ ସେହି ବାସନ୍ଦ ବ୍ୟକ୍ତିଙ୍କ ଘରକୁ ପାଠ ପଢିବାକୁ ଯାଉଥିବାରୁ ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାର ଉପରେ ଆକ୍ରମଣ ହୋଇଥିଲା ବୋଲି ଅଞ୍ଜନା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ୯ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରିନାହିଁ । ଚନ୍ଧା ଗାଁ ବ୍ରାହ୍ମଣ ସାହିର କେତେକ ଲୋକ ଜାତିଆଣ ଆକ୍ଷେପ କରି ଅଞ୍ଜନାଙ୍କ ପରିବାର ଉପରେ ଜୁଲମ କରୁଥିବା ଅଭିଯୋଗ ହେଉଛି ।

ଚନ୍ଧା ବ୍ରାହ୍ମଣ ସାହିରେ ୧୫ଟି ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ବ୍ରାହ୍ମଣ ସମ୍ପ୍ରଦାୟର । ଗ୍ରାମର ସୌରି ଶତପଥୀ ଅନ୍ୟ ଜାତିରେ ବିବାହ କରିବା, ଗ୍ରାମରେ ଥିବା ମହାଦେବ ମନ୍ଦିର ହିସାବ ନଦେବା କାରଣରୁ ତାଙ୍କ ପରିବାରକୁ ସାହିରୁ ଏକ ଘରିକିଆ ରଖାଯାଇଥିବା ଅଭିଯୋଗ ହୋଇଛି ।

ଅନ୍ୟପକ୍ଷରେ ଘଟଣା ପରଠାରୁ ଚନ୍ଧା ବ୍ରାହ୍ମଣସାହି ପୋଲିସ କାର୍ଯ୍ୟାନୁଷ୍ଠାନ ଭୟରେ ପୁରୁଷଶୂନ୍ୟ ହୋଇଛି । ଗ୍ରାମରେ ମହିଳା ଓ କିଛି ବୃଦ୍ଧଙ୍କୁ ଦେଖିବାକୁ ମିଳିଛି ।

ସୌରି ଶତପଥୀ ଗ୍ରାମ ମହାଦେବଙ୍କ ମନ୍ଦିର ପରିଚାଳନା ଦାୟିତ୍ବ ନେଇ ହିସାବ ଦେଉନଥିବା, ଅସାମାଜିକ ଲୋକଙ୍କୁ ଡକାଇ ଗ୍ରାମବାସୀଙ୍କୁ ଭୟଭୀତ କରିବା, ଗାଁ ଦାଣ୍ଡରେ ଦୃତଗତିରେ ବାଇକ୍ ଚଳାଇ ଛୋଟ ପିଲାଙ୍କୁ ମାରିବା ଓ ଏକାଧିକ ଅପରାଧିକ ମାମଲାରେ ଜଡିତ ଥିବା କାରଣରୁ ତାଙ୍କ ସହିତ ଆମେ ସମ୍ପର୍କ ରଖିନାହୁଁ । ସେ ଗ୍ରାମବାସୀଙ୍କୁ ହଇରାଣ କରିବାକୁ ଷଡଯନ୍ତ୍ର କରିଛନ୍ତି ।

ଗ୍ରାମର ବୟସ୍କ ବାଉରିବନ୍ଧୁ ପଣ୍ଡା ଗତ ୧୦ ତାରିଖରେ ପୂଜା କରିବାକୁ ଯାଉଥିବା ବେଳେ ହଠାତ ଅନୁସୂଚିତ ଜାତି ମହିଳା ଅଞ୍ଜନା ଅତି ଅମାନୁଷିକ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ଗ୍ରାମର କିଛି ଲୋକ ପ୍ରତିବାଦ କରିଥିଲେ । ଘଟଣା ପରେ ମହିଳାଙ୍କୁ ହାତକରି ଗ୍ରାମର ଛୋଟଠାରୁ ବଡ ସମସ୍ତଙ୍କ ନାଁରେ ଏତଲା ଦିଆଯାଇଛି । ପୋଲିସ ପ୍ରତିଦିନ ରାତିରେ ଆସି ହଇରାଣ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ତିର୍ତ୍ତୋଲ ଏସଡିପିଓ ମତାମତ ଦେଇଛନ୍ତି ।

ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଭୟର ବାତାବରଣ ଥିବାବେଳେ ମହିଳାଙ୍କୁ ଆକ୍ରମଣ ପଛର କାରଣ ଖୋଜି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ଓ ଗ୍ରାମରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ ଉଦ୍ୟମ କରିବାର ଆବଶ୍ୟକତା ରହିଛି।

   Related Posts