ଖାକିର ଦାଦାଗିରି : ମହିଳା ଫଳ ବ୍ୟବସାୟୀଙ୍କୁ ମାଡ ମାରିଲେ RPF କନେଷ୍ଟବଳ

Published By : Prameya-News7 Bureau | October 02, 2021 IST

ରାଉରକେଲା ୨।୧୦: କନେଷ୍ଟବଳଙ୍କ ଦାଦାଗିରି । ଜଣେ ମହିଳା ଫଳ ବେପାରୀଙ୍କୁ ମାଡ଼ ମାରି ଏବେ ଅଡୁଆରେ RPF  କନେଷ୍ଟବଳ ଅଜିତ ନାୟକ । କର୍ଣ୍ଣାଟକ ଦରୱାଡା ଅଞ୍ଚଳର ଉଚ୍ଚ ଶିକ୍ଷିତା ଯୁବତୀ ବିନା ଟିକଟରେ ଗୀତାଞ୍ଜଳି ଏକ୍ସପ୍ରେସରେ ମହାରାଷ୍ଟ୍ର ହୁଣ୍ଡିଆରୁ ହାୱଡା ଯାତ୍ରା କରୁଥିବାବେଳେ, ରାଉରକେଲା ପୂର୍ବରୁ ପାନପୋଷରେ ଧରାପଡିଲେ । ଟିଟିଇ ସହ ଯୁକ୍ତିତର୍କ ହେଲା ଆଉ ଟିଟିଇ ସହ ଥିବା RPF  କନେଷ୍ଟବଳ ମାଡ ମାରିଥିଲେ । ଫଳରେ ଯୁବତୀଙ୍କ ମୁଣ୍ଡରେ ଆଘାତ ହୋଇଛି । ଯୁବତୀ ରାଉରକେଲା ଷ୍ଟେସନରେ ଓଲ୍ଲାଇ ରାଉରକେଲା ରେଳବାଇ ଥାନାରେ ଲିଖିତ ଅଭିଯୋଗ କଲା ପରେ ପୀଡିତାଙ୍କୁ ଡାକ୍ତରୀ ଚିକିତ୍ସା କରିବା ସହ ସମ୍ପୃକ୍ତ କନେଷ୍ଟବଳ ବିରୋଧରେ ମାମଲା ରୁଜୁ ହୋଇଛି । ଗୋଟିଏ ପଟେ ପୀଡିତ ସଫ୍ଟୱେୟାର ଇଞ୍ଜିନିୟର ପାଠ ପଢ଼ିଛନ୍ତି କିନ୍ତୁ ଚାକିରୀ ନମିଳିବାରୁ ଟ୍ରେନରେ ଫଳ ବିକୁଥିବାର କଉଥିବା ବେଳେ ପୋଲିସ ସ୍ୱଫୱାର ଇଞ୍ଜିନିୟର କଥା ସ୍ଵୀକାର କରିଛି ।  ଅଭିଯୁକ ଅଜିତ ନାୟକ ଝାଡ଼ଖଣ୍ଡ ଟାଟା ନଗର RPF ରେ ଚାକିରୀ କରୁଛି । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇସାରିଛି ତୁରନ୍ତ ଗିରଫ କରିବା ପାଇଁ ରାଉରକେଲା ରେଳବାଇ ପକ୍ରିୟା ଆରମ୍ଭ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.