ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ଅଭିଯୋଗ, ଥାନାରେ ଏତଲା
29/12/2020 at 9:33 AM

ଜଳେଶ୍ବର ୨୯।୧୨: ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ଅଭିଯୋଗ । ଏ ନେଇ ଜଳେଶ୍ବର ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୭ ତାରିଖ ଦିନ ସକାଳେ କସିଦା ଗ୍ରାମର ତପନ ଦାସଙ୍କ ସ୍ତ୍ରୀ ଆରତୀ ଦାସ ଘରେ ଥିବାବେଳେ ସେହି ଗ୍ରାମର କିଛି ପୁରୁଷ ଓ ମହିଳା ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ନେଇ ଅଭିଯୋଗ ହୋଇଛି । ଏହାସହ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିବା ନେଇ ଏତଲାରେ ଦର୍ଶାଯାଇଛି । ଆରତୀକୁ ଉଦ୍ଧାର କରିବାକୁ ଆସି ତାଙ୍କ ସ୍ବାମୀ,୧୨ ବର୍ଷର ପୁଅ ଏବଂ ପୁତୁରା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଏନେଇ ଆରତୀ ଜଳେଶ୍ବର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଛି ।
Related Posts
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021
ବଲାଙ୍ଗୀର ଜିଲ୍ଲାର ଚାଷୀ କରିବେ ଟ୍ରାକ୍ଟର- ବାଇକ୍ ରାଲି
25 January 2021