୫ ଝିଅଙ୍କ ସହ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ମହିଳା, ଏହା ଥିଲା କାରଣ

Published By : Prameya-News7 Bureau | June 10, 2021 IST

ମହାସମୁନ୍ଦ ୧୦।୬: ଛତିଶଗଡ ମହାସମୁନ୍ଦ ଜିଲ୍ଲାରେ ଜଣେ ମହିଳା ସ୍ବାମୀଙ୍କ ମଦ ଅଭ୍ୟାସ ଯୋଗୁଁ ବିରକ୍ତି ହୋଇ ତାଙ୍କ ୫ ଝିଅଙ୍କ ସହ ଟ୍ରେନ୍ ଆଗକୁ ଡେଇଁ ପଡିଛନ୍ତି ।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମହାସମୁନ୍ଦର ବେମଚାର ଉମା ସାହୁ (୪୫) ତାଙ୍କ ସ୍ବାମୀ କେଜରାମଙ୍କ ମଦ ନିଶାକୁ ନେଇ ଚିନ୍ତିତ ଥିଲେ । ବୁଧବାର ବିଳମ୍ବିତ ରାତିରେ ଖାଇବାକୁ ନେଇ ବିବାଦ ଉପୁଜିଥିଲା । ଏହାପରେ ମହିଳା ଜଣଙ୍କ ତାଙ୍କ ୫ ଝିଅଙ୍କୁ ଧରି ଘରୁ ବାହାରି ଯାଇଥିଲେ । ଲୋକମାନେ ରାତିରେ ତାଙ୍କୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ତାଙ୍କର କୌଣସି ପତ୍ତା ମିଳିନଥିଲା । ଗୁରୁବାର ସକାଳେ ରେଳ ଧାରଣାରେ ସମସ୍ତଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ପୋଲିସ ଉମା ସାହୁ (୪୫), ତାଙ୍କ ଝିଅ ଅନ୍ନପୂର୍ଣ୍ଣା (୧୮), ଯଶୋଦା (୧୬), ଭୂମିକା (୧୪), କୁମକୁମ (୧୨) ଏବଂ ତୁଳସୀ (୧୦) ଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏହା ସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.