ଘରୋଇ କଳହରୁ ବିଷ ପିଇ ନବବଧୂଙ୍କ ଆତ୍ମହତ୍ୟା!
21/07/2020 at 9:36 AM

ସୋର ୨୧।୭: ବିଷ ପିଇ ନବବଧୂ ଆତ୍ମହତ୍ୟା କରିଥିବା ଅଭିଯୋଗ । ବାଲେଶ୍ବର ଜିଲ୍ଲା ସୋର ଥାନା ପୁରୁଷୋତ୍ତମପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ଭାଗିରଥୀ ପଣ୍ଡାଙ୍କ ସ୍ତ୍ରୀ ମାନସୀ ପଣ୍ଡା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ତାଳକୁରୁଣିଆ ଅଞ୍ଚଳର ବିକର ପଣ୍ଡାଙ୍କ ଝିଅ ମାନସୀ ୪ ବର୍ଷ ତଳେ ଅନନ୍ତପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ଉପେନ୍ଦ୍ର ପଣ୍ଡାଙ୍କ ପୁଅ ଭାଗିରଥୀକୁ ବୈଦିକ ରୀତିରେ ବିବାହ କରିଥିଲେ । ପାରିବାରିକ କଳହରୁ ସୋମବାର ଅପରାହ୍ନରେ ଘରେ କେହି ନଥିବାର ସୁଯୋଗ ନେଇ ବିଷ ପିଇ ଦେଇଥିଲେ । ଘର ଲୋକ ପହଞ୍ଚି ମାନସୀକୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୋର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ନବବଧୂଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ପୋଲିସର ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ।