Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଦୁଇ ଦୁଇ ଥର ଜେଲ୍ ଗଲେ ସ୍ବାମୀ, ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ମହିଳା !

11/11/2020 at 4:32 PM

ରାଇରଙ୍ଗପୁର ୧୧।୧୧: ପାରିବାରିକ ଅଶାନ୍ତି ଓ ଅର୍ଥାଭାବରୁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ । ଏଭଳି ଏକ ଘଟଣା ଘଟିଛି ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚଢ଼େଇପାହାଡ଼ି ଗ୍ରାମରେ । ମୃତ ମହିଳା ହେଲେ ଗୀତାରାଣୀ ମୁଣ୍ଡା ।

ସୂଚନାଯୋଗ୍ୟ ଯେ, ଗୀତାଙ୍କ ସ୍ବାମୀ ବଡ଼ଭାଇଙ୍କୁ ହତ୍ୟା ଅଭିଯୋଗରେ ଦୀର୍ଘଦିନ ଜେଲରେ ଥିଲେ । ପରେ ଜେଲରୁ ଘରକୁ ଆସିଥିଲେ । କିନ୍ତୁ ପୁଣି ଏକ ଦୁଷ୍କର୍ମ ମାମଲାରେ ଗିରଫ ହେବା ଘଟଣା ଗୀତାଙ୍କୁ ମାନସିକ ଆଘାତ ଦେଇଥିଲା । ସ୍ବାମୀ ବାରମ୍ବାର ଜେଲ ଯିବା ଯୋଗୁଁ ଦୁଇଟି ଛୋଟ ପିଲା ଓ ବୁଢ଼ୀ ଶାଶୁଙ୍କ ଭରଣ ପୋଷଣ କରିବା ପାଇଁ ଅର୍ଥାଭାବ ଦେଖା ଦେଇଥିଲା । ଫଳରେ ଗୀତା ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇବା ସହିତ ଏକ ଅପମୃତ୍ୟୁ ମାମଲା ଦାୟର କରି ତଦନ୍ତ କରୁଛି ।

   Related Posts