ଟ୍ରେନ୍ ଆଗକୁ ଡେଇଁ ପଡିଲେ ମହିଳା, ୩ଦିନ ତଳେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ ଝିଅ

Published By : Prameya-News7 Bureau | April 15, 2021 IST

ବ୍ରହ୍ମପୁର ୧୫।୪: ବ୍ରହ୍ମପୁର ଉପଖଣ୍ଡ ହଳଦିଆପଦର ଟ୍ରେନ୍ ଆଗକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ । ମୃତ ମହିଳା ଜଣଙ୍କ ହେଲେ ହଳଦିଆପଦର ଗ୍ରାମର ସନ୍ତୋଷିନୀ ସାହୁ। ଗୁରୁବାର ସକାଳେ ଘରୁ ଆସି ସେ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ସନ୍ତୋଷିନୀଙ୍କ ପରିବାର ଲୋକଙ୍କ କହିବା ମୁତାବକ ସନ୍ତୋଷିନୀଙ୍କର ୧୨ ବର୍ଷର ଝିଅ ଗତ ୧୨ ତାରିଖ ଦିନ ଘରେ ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲା । ତାଙ୍କ ମୃତ୍ୟୁ ପରେ ମା ସନ୍ତୋଷିନୀ ଦୁଃଖରେ ଭାଙ୍ଗି ପଡିଥିଲେ।  ଆଉ ଆଜି ସେ ଟ୍ରେନ୍ ଆଗକୁ ଡେଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ କନିସି ତହସିଲଦାର ଓ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.