ଷ୍ଟେସନରେ ପିସ୍ତଲ ସହ ମହିଳାଙ୍କୁ ଗିରଫ କଲା ପୋଲିସ, ଏମିତି କହିଲେ ମହିଳା…

Published By : Prameya-News7 Bureau | September 12, 2019 IST

ନୋଇଡ଼ା୧୨|୯: ନୋଇଡ଼ାର ମେଟ୍ରୋ ଷ୍ଟେସନ ନିକଟରେ ଜଣେ ମହିଳାଙ୍କୁ ପୋଲିସ ଗିରଫ କରିଛି। ଗତ ମଙ୍ଗଳବାର ବିଳମ୍ବିତ ରାତିରେ ମହିଳା ପିସ୍ତଲ ଧରି ବୁଲିଥିବା ଦେଖି ପୋଲିସ ତାଙ୍କୁ ଗିରଫ କରିଛି। ପିସ୍ତଲ ଧରି ମହିଳା ରାତିରେ ବୁଲୁଥିବା ଦେଖି ଯାତ୍ରୀଙ୍କ ମନରେ ଭୟ ଖେଳି ଯାଇଥିଲା।

ସୂଚନାଯୋଗ୍ୟ ଯେ, ସେକ୍ଟର ୬୨ ମେଟ୍ରୋ ଷ୍ଟେସନ ପିସ୍ତଲ ସହ ମହିଳାଙ୍କୁ ଗିରଫ କରାଯାଇଥିଲା।ଏହି ଘଟଣାକୁ ନେଇ କୋତଓ୍ବାଲି ସେକ୍ଟର ୫୮ ପୋଲିସ ମହିଳାଙ୍କୁ ପଚରାଉଚାର ଜାରି ରଖିଛି। ଷ୍ଟେସନ ନିକଟରେ ସିଆଇଏସଏଫ ଯବାନ ଯାଞ୍ଚ କରିବା ସମୟରେ ମହିଳାଙ୍କ ନିକଟରୁ ପିସ୍ତଲ ପାଇଥିଲେ। ସିଆଇଏସଏଫ ଯବାନ ତାଙ୍କୁ ଧରି ନୋଇଡ଼ା ପୋଲିସକୁ ହସ୍ତାନ୍ତର କରିଥିଲେ।

ଗିରଫ ହୋଇଥିବା ମହିଳାଙ୍କ ନାଁ ପାୟଲ ଚୌଧୁରୀ ଓ ତାଙ୍କ ସ୍ବାମୀଙ୍କ ନାଁ କାମେଶ୍ବର ଶାହୀ। ସେ ସେକ୍ଟର ୪୯ ଗୁରୁଗ୍ରାମରେ ରହନ୍ତି ବୋଲି ପୋଲିସ ସୂଚନା ଦେଇଛି। ମହିଳାଙ୍କ ପାଖରୁ ମିଳିଥିବା ପିସ୍ତଲର ଲାଇସେନ୍ସ ଅଛି। ହେଲେ ତାଙ୍କ ସ୍ବାମୀଙ୍କ ନାଁରେ ରହିଛି ବୋଲି ପୋଲିସ ସୂଚନା ଦେଇଛି। ମହିଳାଙ୍କ କହିବା ମୁତାବକ, ତାଙ୍କ ସ୍ବାମୀଙ୍କ ସହ ସେ ସଂପର୍କୀୟଙ୍କ ଘରକୁ ଯାଇଥିଲେ। ଭୁଲ୍‌ରେ ପାୟଲଙ୍କ ପର୍ସରେ ତାଙ୍କ ସ୍ବାମୀ ପିସ୍ତଲ ରଖି ଦେଇଥିବା କଥା ସେ କହିଛନ୍ତି। ମହିଳାଙ୍କ ସଂପର୍କରେ ଅଧିକା ଜାଣିବା ପାଇଁ ପୋଲିସ ତଦନ୍ତଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.