Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ବିଷ ପାର୍ସଲ ପଠାଇଥିବା ମହିଳା ଗିରଫ

22/09/2020 at 6:07 PM

ଓ୍ବାଶିଂଟନ୍ ୨୨।୯: ହ୍ବାଇଟ୍ ହାଉସକୁ ବିଷାକ୍ତ ରାସାୟନିକ ରିସିନ୍ ଥିବା ପାର୍ସଲ ପଠାଇବା ଅଭିଯୋଗରେ ଜଣେ ମହିଳାଙ୍କୁ ନ୍ୟୁୟର୍କ-କାନାଡା ସୀମାରୁ ଗିରଫ କରାଯାଇଛି। ଆଇନ ପ୍ରବର୍ତ୍ତନ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଶନିବାର ଦିନ ହ୍ବାଇଟ୍ ହାଉସରେ ପହଞ୍ଚିବା ପୂର୍ବରୁ ଏହି ପାର୍ସଲକୁ ଜବତ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ, ମହିଳାଙ୍କୁ ଆମେରିକୀୟ ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ଅଧିକାରୀମାନେ ବଫେଲୋ ନିକଟ ପିସ୍ ବ୍ରିଜ୍ ସୀମାରେ ଗିରଫ କରିଛନ୍ତି । ତାଙ୍କ ନାଁ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

ସୂଚନା ଅନୁସାରେ ଦୁଇ ଦୁଇ ଥର ପରୀକ୍ଷଣ ପରେ ପାର୍ସଲରେ କ୍ଷତିକାରକ ରିସିନ ବୋଲି ଜଣାପଡିଥିଲା । କୌଣସି ଜିନିଷ ହ୍ବାଇଟ୍ ହାଉସ ପହଞ୍ଚିବା ପରେ ଏବଂ ଟ୍ରମ୍ପଙ୍କ ନିକଟକୁ ଯିବା ପୂର୍ବରୁ ତାହାକୁ ତନତନ କରି ଯାଞ୍ଚ କରାଯାଇଥାଏ । ସେହିଭଳି ହ୍ବାଇଟ୍ ହାଉସକୁ ଆସୁଥିବା ସମସ୍ତ ଚିଠି ଏବଂ ପାର୍ସଲକୁ ମଧ୍ୟ ଯାଞ୍ଚ କରାଯାଇଥାଏ ।କୌଣସି ଜିନିଷ ଉପରେ ସନ୍ଦେହ ହେଲେ ସେଗୁଡିକୁ ଅଲଗା ରଖିଦିଆଯାଇଥାଏ ।

ରିସିନ ବହୁତ କ୍ଷତିକାରକ ବିଷ । ଆତଙ୍କବାଦୀ ଆକ୍ରମଣ ବେଳେ ଏହାର ବ୍ୟବହାର ହୋଇଥାଏ । ଏହା ପାଉଡର, ବଟିକା ଏବଂ ଏସିଡ୍ ରୂପେ ବ୍ୟବହାର ହୋଇଥାଏ । ଯାହା ଶରୀରକୁ ଏହି ବିଷ ଯାଇଥାଏ ତାର ମୃତ୍ୟୁ ନିଶ୍ଚିତ ହୋଇଥାଏ ।

   Related Posts