କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ହନିଟ୍ରାପରେ ଫସାଇବାକୁ ଉଦ୍ୟମ : ବ୍ଲାକମେଲ କରି ୨ କୋଟି ଦାବି କରୁଥିବା ଯୁବତୀ ଗିରଫ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ ୨୩/୪ : କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମାଙ୍କୁ ହନିଟ୍ରାପରେ ଫସାଇବାକୁ ଚେଷ୍ଟା କରି ଜଣେ ଯୁବତୀକୁ ହେପାଜତକୁ ନେଇଛି ପୋଲିସ | ମହେଶ ଶର୍ମା ଯୁବତୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛନ୍ତି | ପୋଲିସ ଯୁବତୀଙ୍କୁ ହେପାଜତକୁ ନେଇ ତଦନ୍ତ କରୁଛି | ମହେଶ ଶର୍ମାଙ୍କୁ ହନିଟ୍ରାପରେ ଜରିଆରେ ୨ କୋଟି ଟଙ୍କାର ବ୍ଲାକମେଲ ଚେଷ୍ଟା କରାଯାଇଥିଲା | ଯୁବତୀ ଜଣକ ଶର୍ମାଙ୍କୁ ହନିଟ୍ରାପରେ ଫସାଇ ତାଙ୍କ ଠାରୁ ୨ କୋଟି ଟଙ୍କା ହଡପ କରିବାକୁ ଉଦ୍ୟମ କରୁଥିଲେ | ଶର୍ମା ସେକ୍ଟର ୨୦ ସ୍ଥିତ ଥାନାରେ ଯୁବତୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି |


ଯୁବତୀ ସବୁବେଳେ ମନ୍ତ୍ରୀଙ୍କୁ ବ୍ଲାକମେଲ କରୁଥିଲେ | ନିଜ ପାଖରେ ମନ୍ତ୍ରୀଙ୍କର କୌଣସି ଏକ ରେକଡିଂ ଥିବା କଥା କହି ସବୁବେଳେ ବ୍ଲାକମେଲ କରୁଥିଲେ ଏବଂ ରେକଡିଂ ବଦଳରେ ୨ କୋଟି ଟଙ୍କା ଦାବି କରୁଥିଲେ | ଯୁବତୀ ଜଣକ ଏକ ଚିଠି ଲେଖି କେନ୍ଦ୍ରମନ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ | ଚିଠି ପାଇବା ପରେ କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ଗୌତମବୁଦ୍ଧ ନଗର ଏସଏସପିଙ୍କୁ ସୂଚନା ଦେଇଥିଲେ | ଏସଏସପି ଥାନାରେ ମାମଲା ରୁଜ୍ଜୁ କରିବା ପାଇଁ ଶର୍ମାଙ୍କୁ କହିଥିଲେ | ଏହାପରେ ଶର୍ମା ଥାନାରେ ଯୁବତୀଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ |


ହନିଟ୍ରାପ କରୁଥିବା ଏହି ଗ୍ୟାଙ୍ଗରେ ୫/୬ ଜଣ ସାମିଲ ଅଛନ୍ତି ବୋଲି ଆଶଙ୍କା କରାଯାଉଛି | ଗିରଫ ଯୁବତୀଙ୍କୁ ଗ୍ୟାଙ୍ଗ ସମ୍ପର୍କରେ ପଚରାଉଚୁରା କରୁଛି ପୋଲିସ | ଗ୍ୟାଙ୍ଗର ଅନ୍ୟାୟ ସଦସ୍ୟ ମିଡ଼ିଆ ସହ ସମ୍ପର୍କ ଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.