୧୬ ବର୍ଷର ନାବାଳକକୁ ଯୌନ ନିର୍ଯାତନା, ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ କରିବାକୁ ଧମକ : ଅଭିଯୁକ୍ତ ମହିଳାଙ୍କ ସମେତ ପରିବାର ଲୋକଙ୍କୁ ଉଠାଇନେଲା ପୋଲିସ

Published By : Prameya-News7 Bureau | June 03, 2021 IST

ରାଜଗଡ ୦୩/ ୦୬ : ମଧ୍ୟ ପ୍ରଦେଶର ରାଜଗଡରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ୧୬ ବର୍ଷର ନାବାଳକକୁ ଯୌନ ନିର୍ଯ୍ୟାତନା ଦେବା ଅଭିଯୋଗରେ ୩୫ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି ପୋଲିସ । କେବଳ ସେତିକି ନୁହେଁ ଘଟଣାକୁ ପ୍ରଶୟ ଦେବା ଏବଂ ମିଥ୍ୟା ଦୁଷ୍କର୍ମ କେସ ଦେବା ଅଭିଯୋଗରେ ମହିଳାଙ୍କ ଶ୍ବଶୁର ଘର ଲୋକଙ୍କୁ ମଧ୍ୟ ଉଠାଇ ନେଇଛି ପୋଲିସ । ଅଭିଯୁକ୍ତ ମହିଳାଙ୍କ ବିରୁଦ୍ଧରେ, ଯୌନ ଅପରାଧରୁ ପିଲାମାନଙ୍କର ସୁରକ୍ଷା ଆଇନ ବଳରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜଗଡର ପୋଲିସ ଅଧୀକ୍ଷକ ପ୍ରଦୀପ ଶର୍ମା କହିଛନ୍ତି, “ମହିଳା ଜଣକ ନାବାଳକକୁ ଦୁଇଥର ଯୌନ ନିର୍ଯାତନା ଦେଇଥିଲେ। ମେ ୨୭ ରେ, ମହିଳାଙ୍କ ସ୍ୱାମୀ ଏବଂ ଅନ୍ୟମାନେ ଘଟଣା ବିଷୟରେ ଜାଣିବାକୁ ପାଇଥିଲେ | ଏହା ପରେ ସେମାନେ ଓଲଟା ନାବାଳକଙ୍କ ପରିବାରକୁ ମିଥ୍ୟା ଦୁଷ୍କର୍ମ ମାମଲାରେ ଥାନାରେ ପୁରାଇବାକୁ ଧମକ ଦେବା ସହିତ ୧ ଲକ୍ଷ ଟଙ୍କା ଦାବି କରିଥିଲେ । କେବଳ ସେତିକି ନୁହେଁ ନାବାଳକଙ୍କ ପରିବାର ଟଙ୍କା ଦେବାକୁ ମନା କରିବାରୁ ସେମାନଙ୍କୁ ଆକ୍ରମଣ କରିବା ସହିତ ଚାଷ ଜମିକୁ ନଷ୍ଟ କରିଦେଇଥିଲେ ଅଭିଯୁକ୍ତ ପରିବାର ଲୋକେ ।

ଏହା ପରେ ନାବାଳକଙ୍କ ପରିବାର ଲୋକ ରାଜଗଡର ଚାଇଲ୍ଡଲାଇନରେ ଅଭିଯୋଗ କରିବା ସହିତ ସ୍ଥାନୀୟ କାଉନସିଲର ମନୀଷ ଡାଙ୍ଗି ଘଟଣା ବାବଦରେ ପୋଲିସକୁ ମଧ୍ୟ ଜଣାଇଥିଲେ । ପରେ ପୋଲିସ ଉକ୍ତ ଗାଁରେ ପହଞ୍ଚି ମାମଲାର ତଦନ୍ତ କରିବା ସହିତ ଅଭିଯୁକ୍ତ ମହିଳା ଏବଂ ତାଙ୍କର ପରିବାର ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.