Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଏନଆଇଏ ହେପାଜତରେ ଥିବା ଆଇଏସ ସନ୍ଦିଗ୍ଧ ମହିଳା କରୋନା ପଜିଟିଭ୍, କ୍ଵାରେଣ୍ଟାଇନ୍‌ରେ ପୂରା ତଦନ୍ତକାରୀ ଦଳ

7/06/2020 at 8:56 PM

ନୂଆଦିଲ୍ଲୀ ୦୭।୦୬: ଆତଙ୍କବାଦୀ ସମୂହ ଇସଲାମିକ ଷ୍ଟେଟ୍‌ର ଜଣେ ସନ୍ଦିଗ୍ଧ ଅପରେଟିଭ୍ ହିନା ବଶିର ବେଗ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA) ହେପାଜତରେ ଥିବା ସମୟରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ତାଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଇଏସ ସହିତ ଲିଙ୍କ୍ ଥିବା ମାମଲାରେ ମାର୍ଚ୍ଚ ପ୍ରଥମ ସପ୍ତାହରେ ହିନା ବଶିର ବେଗ(୩୯) ଓ ତାଙ୍କ ସ୍ଵାମୀ ଜାହାନଜାଇବ ସାମିଙ୍କୁ  ଦିଲ୍ଲୀର ସ୍ପେଶାଲ୍ ସେଲ୍‌ ପୋଲିସ ଦିଲ୍ଲୀର ଜାମିଆ ନଗରରୁ ଗିରଫ କରିଥିଲା। ପୋଲିସ ଅନୁଯାୟୀ ଉଭୟଙ୍କ ଉପରେ ନାଗରିକତା ସଂଶୋଧନ ଅଧିନିୟନ(ସିଏଏ)  ବିରୋଧରେ ଆନ୍ଦୋଳନ କରିବାକୁ ଲୋକଙ୍କୁ ଉସୁକାଇବା ଆରୋପ ଲାଗିଛି।

ଏନଆଇ ଇସଲାମିକ  ଷ୍ଟେଟ୍‌ ସହ ସଂଶ୍ଳିଷ୍ଟ ଅନେକ ବଡ ବଡ ଷଡଯନ୍ତ୍ରର ଯାଞ୍ଚ କରୁଛି। ଏଥିପାଇଁ ମେ ୨୯ରେ ଏନଆଇଏ ତିହାର ଜେଲ୍‌ରେ  ବନ୍ଦୀ ଥିବା ସାମି ଓ ବେଗଙ୍କୁ ଅନ୍ୟ ଜଣେ ଅପରେଟର ମହମ୍ମଦ ଅବଦୁଲ୍ଲା ବାସିଥଙ୍କ ସହିତ ନିଜ ହେପାଜତକୁ ନେଇଥିଲା। ବାସିତ ହାଇଦ୍ରାବାଦ ସ୍ଥିତ ଇସଲାମିକ ଷ୍ଟେଟ୍‌ ଅପରେଟିଭ୍ ଥିଲା।୨୦୧୮ ଅଗଷ୍ଟରେ କଥିତ ଭାବେ ଲୋକଙ୍କୁ ସଂଗଠନରେ ସାମିଲ କରାଇବା ଏବଂ ଭାରତରେ ବଡ ଧରନର ହମଲା ଲାଗି ଷଡଯନ୍ତ୍ର ରଚିବା ବାସିତ୍  ବିରୋଧରେ ଅଭିଯୋଗ ହୋଇଛି।

ଏନଆଇଏ ତିନି ଜଣଙ୍କୁ ନିଜ ହେପାଜତକୁ ନେବା ସମୟରେ ତିହାର ଜେଲ୍‌ କର୍ତ୍ତୃପକ୍ଷ ତିନି ଜଣଙ୍କ କୋଭିଡ୍-୧୯ ପରୀକ୍ଷଣ କରିଥିଲେ। ରିପୋର୍ଟ ନେଗେଟିଭ୍ ଆସିଥିଲା। ତିନି ଜଣଙ୍କୁ ଏନଆଇଏ ମୁଖ୍ୟାଳୟ ଅଣାଯାଇଥିଲା ଏବଂ ଗତ ନଅ ଦିନ ଧରି ଆତଙ୍କବାଦୀ ସଂଗଠନ ସହ ତାଙ୍କର ସଂଶ୍ଳିଷ୍ଟତା ବିଷୟରେ ଜେରା କରାଯାଇଥିଲା।

ଜେରା ସମୟରେ ବେଗ୍‌ଙ୍କ ‌ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ଏନଆଇଏ ପଟିଆଲା  ହାଉସ୍ କୋର୍ଟରେ ଏହି ବିଷୟରେ ସୂଚନା ଦେଇଥିଲେ। କୋର୍ଟଙ୍କ କହିବା ପରେ କରୋନା ପରୀକ୍ଷଣ କରାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ବେଗ୍‌କୁ ଦିଲ୍ଲୀର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବେଗଙ୍କ ଓକିଲ ଏମଏସ ଖାନ କହିଛନ୍ତି, ବେଗଙ୍କୁ ତୁରନ୍ତ ହସ୍ପିଟାଲ ପଠାଯାଉ ଏବଂ ତାଙ୍କୁ ନିୟମିତ ଭେଟିବା ଲାଗି ମୋତେ ଅନୁମତି ଦିଆଯାଉ। ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି। ଅଦାଲତ ବେଗକୁ ଲୋକ ନାୟକ ଜୟ ପ୍ରକାଶ(ଏଲଏନଜିପି)ରେ ଭର୍ତ୍ତି ପାଇଁ ପଠାଇ ଦେଇଛନ୍ତି। ଅନ୍ୟପଟେ ବେଗ୍‌ଙ୍କ ସ୍ଵାମୀ ସାମି ଓ ଅବଦୁଲ୍ଲା  ବାସିଥ ଠାରେ ଏ ପର୍ଯ୍ୟନ୍ତ କରୋନାର ଲକ୍ଷଣ ଦେଖିବାକୁ ମିଳିନାହିଁ।

ଏ ପର୍ଯ୍ୟନ୍ତ ଏହା ଜଣା ପଡିନାହିଁ ଯେ, ବେଗ୍‌ କାହା ସଂସ୍ପର୍ଶରେ ଆସିଥିଲା। ତେଣୁ ମାମଲାର ଯାଞ୍ଚ କରୁଥିବା ଏଜେନ୍ସିର ପୂରା ଟିମ୍‌କୁ କୋଭିଡ୍‌-୧୯ ପରୀକ୍ଷଣ କରିବା ଏବଂ କ୍ଵାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି। ଜଣେ ଅଧିକାରୀ କହିଛନ୍ତି ପୋଲିସ ଅଧୀକ୍ଷକ(ଏସପି)ଙ୍କ ସହିତ ପ୍ରାୟ ୭-୮ ପୋଲିସ ଅଧିକାରୀ ବେଗଙ୍କୁ ଗତ ସପ୍ତାହରେ ଜେରା କରିଥିଲେ।

   Related Posts