Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ମା’ ନା ରାକ୍ଷସୀ ? ସ୍ବାମୀର ପରକୀୟା ପ୍ରୀତି କଥା ଜାଣି ନିଜ ଛୁଅାକୁ କଚାଡି ମାରିଲା ମା

30/11/2018 at 6:08 PM

ଚେନ୍ନାଇ ୩୦|୧୧: ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଇଥିବା ଜନନୀ କ’ଣ ଏତେ ନିଷ୍ଠୁର ହୋଇପାରେ ? କ’ଣ ଜଣେ ମହିଳା ତା ରକ୍ତର ସନ୍ତାନକୁ ଏମିତି ଶେଷ କରିଦେଇପାରେ ? ଚେନ୍ନାଇର ଜଣେ ୨୩ ବର୍ଷୀୟା ମହିଳାଙ୍କ ଭୟଙ୍କର କାଣ୍ଡ ଏପରି ପ୍ରଶ୍ନ ଛିଡା କରିଛି । ସ୍ବାମୀର ଆଉ ଏକ ସଂସାର, ପତ୍ନୀ ଓ ସନ୍ତାନ ଥିବା ଜାଣିବାପରେ  ଏସ୍.ସେଲେଷ୍ଟାଇନ ନାମ୍ନୀ ଏହି ମହିଳା ତାଙ୍କର ମାତ୍ର ୧୮ ଦିନର ଶିଶୁକୁ ଚଟାଣରେ କଚାଡି ମାରି ଦେଇଛନ୍ତି । ଆଉ ଛୁଆକୁ ମାରି ଦେବା ପରେ ତାହାକୁ ସ୍ବାଭାବିକ ମୃତ୍ୟୁ ବୋଲି ବର୍ଣ୍ଣନା କରି ଖସିବାକୁ ଚେଷ୍ଟା କରିଥିଲେ । ସ୍ବାମୀଙ୍କୁ କହିଥିଲେ ଯେ, ଶିଶୁଟି ସ୍ତନ୍ୟପାନ ବେଳେ ଅଣନିଶ୍ବାସୀ ହୋଇ ପ୍ରାଣ ହରାଇଛି । ତେବେ ମହିଳାଙ୍କ ଚାଲ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଧରା ପଡିଗଲା  । ଆଉ ମହିଳା ଜଣକୁ  ପୋଲିସ ଗିରଫ କରିଛି । ତଦନ୍ତରୁ ଜଣା ପଡିଛି ଯେ, ସେଲେଷ୍ଟାଇନ୍‌ ତାଙ୍କ ସ୍ବାମୀଙ୍କ ପରକୀୟା ପ୍ରିତି ଜାଣିବା ପରେ ଏପରି କାଣ୍ଡ କରିଛନ୍ତି । ହତାଶା, ନିଜର ସମ୍ମାନ କିମ୍ବା ସନ୍ତାନର ଭବିଷ୍ୟତ ପାଇଁ ଚିନ୍ତା  କରି ସେ ମାନସିକ ଭାରସାମ୍ୟ ହରାଇ ଏପରି ପ୍ରତିକ୍ରିୟାଶୀଳ ହୋଇଥାଇ ପାରନ୍ତି । କିନ୍ତୁ ମା’ କ’ଣ କଂସେଇ ହୋଇପାରେ ?

   Related Posts