ରାତିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ହୋଇଥିଲା ଝଗଡା: ସକାଳେ ୩ବର୍ଷ ବୟସ୍କ ଝିଅର ମୃତ ଦେହ ସହ ମା ପୁଅ ଗଳା କଟା ଅବସ୍ଥାରେ ଉଦ୍ଧାର

Published By : Prameya-News7 Bureau | November 18, 2018 IST

ଦିଲ୍ଲୀ ୧୮/୧୧ : ଦିଲ୍ଲୀର ମାଲାବୀୟ ନଗର ସ୍ଥିତ ହୋଜରାନି ଅଂଚଳର ଏକ ଘରୁ ୩ବର୍ଷ ବୟସ ଏକ ଶିଶୁର ମୃତଦେହ ଉଦ୍ଧାର ହୋଇଛି | ସେହି ଘରୁ ଶିଶୁର ଏକ ବର୍ଷର ଭାଇ ଏବଂ ମା'ର ଗଳା କଟାଯାଇଥିବା ଅବସ୍ଥାରେ ପଡୋଶୀ ଶନିବାର ସକାଳେ ଦେଖିବାକୁ ପାଇଥିଲେ | ପଡୋଶୀ ମା ଏବଂ ଛୁଆକୁ ଅଚେତ ଅବସ୍ଥାରେ ହସ୍ପିଟାଲକୁ ନେଇଯାଇଥିଲେ | ସେଠାରେ ଡାକ୍ତର ୩ ବର୍ଷର ଶିଶୁକୁ ମୃତ ଘୋଷଣା କରିଥିଲେ | ସୂଚନାଯୋଗ୍ୟ ଯେ, ହୋଜରାନି ଅଂଚଳର ଘର ନମ୍ବର ୮୯/୨ ର ତୃତୀୟ ମହଲାରେ ସମୀମ ନିଜ ସ୍ତ୍ରୀ ମହସିନା, ଝିଅ ସନା ଏବଂ ପୁଅ ଅନାସକୁ ନେଇ ରହୁଥିଲେ | ୪ ବର୍ଷ ପୂର୍ବରୁ ସମୀମଙ୍କ ମହସୀନଙ୍କ ସହିତ ବିବାହ ହୋଇଥିଲା | ଏହି ଘରକୁ ଏହି ଦମ୍ପତି ୪ ମାସ ପୂର୍ବରୁ ରହିବାକୁ ଆସିଥିଲେ | ପଚରାଉଚୁରାରୁ ପୋଲିସ ଜାଣିବାକୁ ପାଇଥିଲା ଯେ, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ସବୁବେଳେ ଝଗଡା ହୋଇଥାଏ | ଶୁକ୍ରବାର ରାତିରେ ମଧ୍ୟ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବହୁତ ଜୋର ଝଗଡା ହୋଇଥିଲା | ଏଥିରେ ରାଗିଯାଇ ସମୀମ ଘର ଛାଡି ପୁରୁଣା ଘରକୁ ଶୋଇବା ପାଇଁ ଚାଲିଯାଇଥିଲା | ପୁରୁଣା ଘର ଏହି ଫ୍ଲାଟ ସାମ୍ନାରେ ହିଁ ଅଛି | ଶନିବାର ସକାଳ ପ୍ରାୟ ୧୧ଟା ବେଳେ ପୋଲିସ ଏହି ଘଟଣାର ସୂଚନା ମିଳିଥିଲା | ପଡୋଶୀର ଜଣେ ମହିଳା ମହସୀନଙ୍କୁ ଆଘାତ ଅବସ୍ଥାରେ ଦେଖିଥିଲେ | ଏହାପରେ ମା ଛୁଆଙ୍କୁ ପଡୋଶୀ ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ମହସୀନ ଏବଂ ତାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ର ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି | ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରୁଥିବାବେଳେ ଏକ ଛୁରୀ ଜବତ କରିଛି | ପୋଲିସ ହତ୍ୟା ଏବଂ ହତ୍ୟା ଷଡଯନ୍ତ୍ର ମାମଲା ରୁଜ୍ଜୁ କରିଛି | ମହିଳାଙ୍କ ପିତା ମହିଳାଙ୍କ ସ୍ୱାମୀଙ୍କ ଉପରେ ଆରୋପ ଲଗେଇଛନ୍ତି | କ୍ରାଇମବ୍ରାଞ୍ଚ ଏବଂ ଫରେନସିକ ଟିମ ଘଟଣାର ତଦନ୍ତ କରୁଛି | ସୂଚନାଯୋଗ୍ୟ ଯେ, ମହସୀନଙ୍କ ବାପା ଦିଲ୍ଲୀ ପୋଲିସର ଆସିଷ୍ଟାନ୍ସ ସବ-ଇନ୍ସପେକ୍ଟର ଅଛନ୍ତି | ସେ ଘଟଣା ସମ୍ପର୍କରେ ଦିନ ପ୍ରାୟ ଗୋଟାଏ ବେଳେ ଜାଣିବାକୁ ପାଇଥିଲେ | ସମୀମଙ୍କ ବଡ ଭାଇ ତାଙ୍କୁ ଫୋନ କରି ଘଟଣା ସମ୍ପର୍କରେ ଜଣାଇଥିଲେ | ମହିଳାଙ୍କ ବାପା ସମୀମ ଉପରେ ଆରୋପ ଲଗାଇଛନ୍ତି ଯେ, ସେ କିଛି କାମ କରୁନଥିଲା | ସବୁବେଳେ ସ୍ତ୍ରୀକୁ ମାରପିଟ କରୁଥିଲା | ସମୀମ କଣ ସବୁ ନିଶା ଦ୍ରବ୍ୟ ମଧ୍ୟ ସେବନ କରୁଥିବା ମହିଳାଙ୍କ ବାପା କହିଛନ୍ତି | ସମୀମଙ୍କୁ ପୋଲିସ ପଚରାଉଚୁରା କରୁଛି | ତେବେ ଉଭୟ ଦମ୍ପତିଙ୍କ ମଧ୍ୟରେ ସବୁବେଳେ ଝଗଡା ହେବାର କାରଣ ପୋଲିସ ପତା ଲଗେଇଥିଲା | ସମୀମ କିଛି ରୋଜଗାର କରୁନଥିଲା ଏବଂ ସବୁବେଳେ ମଦ ପିଉଥିଲା ବୋଲି ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା | ତେବେ ମହିଳାଙ୍କ ବାପା ସମୀମ ତାଙ୍କ ପରିବାର ଲୋକଙ୍କୁ ଘଟଣା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ | ତେବେ ମହିଳା ନିଜେ ଏଭଳି କାନ୍ଦ ଭିଆଇଥିବା ପୋଲିସ ତଦନ୍ତରୁ ଆଶଙ୍କା କରୁଛି | ତେବେ ମହିଳାଙ୍କ ଚେତା ଫେରିବାକୁ ପୋଲିସ ଅପେକ୍ଷା କରିଛି | ମହିଳା ବୟାନ ରେକର୍ଡ ପରେ ପୋଲିସ ସତ୍ୟାସତ୍ୟ ଜାଣିବାକୁ ପାଇବ | କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.