୭ ବର୍ଷର ପୁଅକୁ ଧରି ୧୨ ମହଲା ଆପାର୍ଟମେଣ୍ଟରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା: ସୁଇସାଇଡ ନୋଟରେ ପଡୋଶୀଙ୍କ ଉପରେ ଲଗାଇଛନ୍ତି ଆରୋପ

Published By : Prameya-News7 Bureau | June 23, 2021 IST

ମୁମ୍ବାଇ ୨୩/୦୬ : ମୁମ୍ବାଇରେ ଜଣେ ମହିଳା ସୋମବାର ଦିନ ନିଜର ସାନ ପୁଅ ସହିତ ୧୨ ମହଲା ଆପାର୍ଟମେଣ୍ଟରୁ ଡେଇଁ ପଡିଥିଲେ। ସୂଚନା ଅନୁଯାୟୀ, ୪୪ ବର୍ଷିୟ ରେଶମା ଟ୍ରେଞ୍ଚିଲଙ୍କ ଘରୁ ଏକ ସୂଇସାଇଡ ନୋଟ ଜବତ ହୋଇଛିଛି। ଏଥିରେ ସେ ପଡୋଶୀମାନଙ୍କ ଆରୋପ ଲଗାଇଛନ୍ତି। ତାଙ୍କ ପୁଅ ପାଟି କରୁଥିବା ନେଇ ପଡୋଶୀ ଅଭିଯୋଗ କରିବା ସହ ତାଙ୍କୁ ହଇରାଣ କରୁଥିବା ସେ ସୂଇସାଇଡ ନୋଟରେ ଲେଖିଛନ୍ତି। ପୋଲିସ ମାମଲା ରୁଜୁ କରି ଜଣେ ୩୩ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ପୀଡିତାଙ୍କ ପଡ଼ୋଶୀ ଅଟନ୍ତି।

ନିକଟରେ କୋଭିଡ କାରଣରୁ ଟ୍ରେଞ୍ଚିଲଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା ଏବଂ ସେ ତାଙ୍କ ସାତ ବର୍ଷର ପୁଅ ସହିତ ଚାନ୍ଦିୱାଲିର ଆପାର୍ଟମେଣ୍ଟରେ ନିଜ ଫ୍ଲାଟରେ ରହୁଥିଲେ। ସେ ଏପ୍ରିଲରେ ଏହି ଫ୍ଲାଟକୁ ଆସିଥିଲେ। ତାଙ୍କ ପଡୋଶୀ ତାଙ୍କ ପୁଅ କୋଳାହଳ କରୁଥିବା ଅଭିଯୋଗ କରିଥିଲେ। ପଡୋଶୀମାନେ ହେଲେ ୬୭ ବର୍ଷୀୟ ଆୟୁବ ଖାନ, ତାଙ୍କର ୬୦ ବର୍ଷୀୟ ପତ୍ନୀ ଏବଂ ପୁଅ ଶାଦାବ ବୋଲି ଜଣାପଡିଛି।

ରିପୋର୍ଟରେ ଏହା କୁହାଯାଇଛି ଯେ ମେ' ୨୩ ତାରିଖରେ ତାଙ୍କ ସ୍ୱାମୀ ଶରଥ ମୁଲୁକୁଟଲାଙ୍କ ଦେହାନ୍ତ ପରେ ସେ ଚୁପଚାପ ରହୁଥିଲେ। ସେ ତାଙ୍କ ପିତାମାତାଙ୍କ ଦେଖାଶୁଣା କରିବା ପାଇଁ ଉତ୍ତରପ୍ରଦେଶର ବାରାଣାସୀ ଯାଇଥିଲେ। ଉଭୟେ କରୋନା ସଂକ୍ରମିତ ହୋଇଥିଲେ। ସଂକ୍ରମଣ ହେତୁ ପିତାମାତାଙ୍କ ମଧ୍ୟ ମୃତ୍ୟୁ ହୋଇଯାଇଥିଲା। ପିତାମାତା ମୃତ୍ୟୁ ପରେ ସେ ମୁମ୍ବାଇ ଫେରି ଆସିଥିଲେ। ସ୍ୱାମୀଙ୍କ ମୃତ୍ୟୁ ପରେ ଟ୍ରେଞ୍ଚିଲ ଏକ ଭାବପ୍ରବଣ ଫେସବୁକ ପୋଷ୍ଟ ଲେଖିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.