Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଟ୍ରେନରେ କଟି ମହିଳା ଏବଂ ତାଙ୍କ ୩ ଛୁଆଙ୍କ ମୃତ୍ୟୁ ,ଜଣେ ଶିଶୁ ଗୁରୁତର

25/08/2019 at 1:17 PM

ପାଟନା ୨୫/୮: ବିହାରର ପୂର୍ବ-ମଧ୍ୟ ରେଲଓ୍ବେର ପାଟନା-ଗୟା ରେଳ ଲାଇନରେ ଜାହାନାବାଦ ଷ୍ଟେସନ ନିକଟରେ ଆଜି ଟ୍ରେନରୁ କଟି ଜଣେ ମହିଳା ଏବଂ ତାଙ୍କ ୩ ଛୁଆଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟଜଣେ ଛୁଆ ଗୁରୁତର ଭାବେ ଆହତ ହୋଇଛନ୍ତି।

ପୋଲିସର କହିବାନୁସାରେ ଜାହାନାବାଦ ଷ୍ଟେସନ ନିକଟରେ ପାଖାପାଖି ରାତି ୩ଟାରେ ମହିଳାଜଣକ ତାଙ୍କ ୪ଛୁଆ ସହିତ ଟ୍ରେନ୍ ଆଗ​‌କୁ ଡେଇଁଥିଲେ। ଯାହା ଫଳରେ ମହିଳା ଏବଂ ୩ଛୁଆଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ଏବଂ ୩ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି। ମହିଳାଜଣକ ତାଙ୍କ ଛୁଆଙ୍କ ସହିତ ପାଟନାରୁ ଧନବାଦ ଯାଉଥିବା ଗଙ୍ଗା-ଦାମୋଦର ଏକ୍ସପ୍ରେସ୍ ଅର୍ଥାତ୍ ପଲାମୁ ଏକ୍ସପ୍ରେସ୍ ଟ୍ରେନ ଆଗକୁ ଡେଇଁଥିଲେ।

ସୂଚନା ଅନୁଯାୟୀ ମହିଳାଙ୍କ ବୟସ ପାଖାପାଖି ୩୫ବର୍ଷ ଏବଂ ତାଙ୍କ ୩ ଛୁଆଙ୍କ ବୟସ ୬ରୁ ୧୨ବର୍ଷ ମଧ୍ୟରେ ହେବ। ମୃତକଙ୍କ ଏବେ ଯାଏଁ ପରିଚୟ ମିଳିପାରି ନାହିଁ। ଗୁରତର ଆହତ ଥିବା ଝିଅଟିକୁ ଜାହାନାବାଦରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ପାଟନା ମେଡିକାଲ କଲେଜ ହସ୍ପିଟାଲକୁ ପଠାଯାଇଛି। ଝିଅଟିର ଅବସ୍ଥା ସଙ୍କଟାପନ୍ନ ରହିଛି। ଶବଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ଜାହାନାବାଦ ସଦର ହସ୍ପିଟାଲକୁ ପଠାଯାଇଛି।

ପୋଲିସ୍ କହିବାନୁସାରେ ସମ୍ଭବତଃ ପାରିବାରିକ କଳହ ଯୋଗୁଁ ଚିନ୍ତିତ ଥିବାରୁ ମହିଳା ଏହି ପଦକ୍ଷେପ ନେଇଥିଲେ। ମାମଲାର ତଦନ୍ତ ଚାଲିଛି।

   Related Posts