୧୮ ବର୍ଷ ସାନ ଯୁବକର ପ୍ରେମରେ ମଜ୍ଜି ଯାଇଥିଲେ ମହିଳା, ଅସଂଯତ ଅବସ୍ଥାରେ ଦେଖି ଦେଲେ ସ୍ୱାମୀ, ତା ପରେ...

Published By : Prameya-News7 Bureau | March 11, 2021 IST

ନୂଆଦିଲ୍ଲୀ ୧୧/୦୩ : ଦିଲ୍ଲୀରେ ଜଣେ ମହିଳା ଓ ତାଙ୍କର ଯୁବ ପ୍ରେମିକକୁ ପୋଲିସ ଗିରଫ କରିଛି। ବଡ କଥାଟି ହେଲା ମହିଳା ଜଣକ ବିବାହିତା କିନ୍ତୁ ତାଙ୍କ ପ୍ରେମିକ ଅବିବାହିତ ଓ ତାଙ୍କ ଠାରୁ ୧୮ ବର୍ଷ ସାନ। ଉଭୟଙ୍କୁ ଏକ ହତ୍ୟା ଷଡଯନ୍ତ୍ରରେ ସଂପୃକ୍ତି ଅଭିଯୋଗରେ ପୋଲିସ ଗିରଫ କରିଛି। ପ୍ରେମିକ ସହ ମିଶି ମହିଳା ନିଜ ସ୍ୱାମୀକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ। ମହିଳାଙ୍କ ପ୍ରେମିକ ଧରାପଡ଼ିବା ପରେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ପରେ ସତ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, ୪୧ ବର୍ଷ ବୟସ୍କ ବବିତା ଓ ୨୩ ବର୍ଷ ବୟସ୍କ ରୋହନ ମଧ୍ୟରେ ଗତ ସାଢେ ୩ ମାସ ହେଲା ପ୍ରେମ ସମ୍ପର୍କ ଥିଲା। ବୁଧବାର ଦିନ ରୋହନ ମହିଳାଙ୍କ ସ୍ୱାମୀକୁ ଗୁଳି କରିଥିଲା। ପୀଡିତ ବିଏସଇଏସ (BSES)ରେ ଠିକା ଡ୍ରାଇଭର ଅଛନ୍ତି। ପୋଲିସ କହିଛି ବୁଧବାର ରାତି ପ୍ରାୟ ୯ଟା ବେଳେ ତାଙ୍କୁ ପିସିଆରରେ ଫୋନ ଆସିଥିଲା ଯେ ଜଣେ ଯୁବକ ବାଇକରେ ଆସି କାରରେ ବସିଥିବା ଜଣେ ବ୍ୟକ୍ତିକୁ ଡିଫେନ୍ସ କଲୋନୀରେ ଗୁଳି କରିଛି। ପୀଡିତଙ୍କ ବେକରେ ଗୁଳି ବାଜିଥିଲା। ବର୍ତ୍ତମାନ ସେ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି ଅଛନ୍ତି।

ପୋଲିସ ଅନୁଯାୟୀ, ଅଭିଯୁକ୍ତ ରୋହନ ପ୍ରଥମେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା। ସେ କହିଥିଲା ଯେ ରୋଡ଼ ରେଜ ପ୍ରତିଶୋଧ ନେବାକୁ ସେ ତାଙ୍କୁ ଗୁଳି କରିଥିଲା। କିନ୍ତୁ ପୋଲିସ ଅଧିକ ପଚରାଉଚୁରା କରିବାରୁ ଅଭିଯୁକ୍ତ ରୋହନ ସବୁ ସତ ମାନି ଯାଇଥିଲା। ଏହି ଗୁଳିକାଣ୍ଡ ପଛରେ ଥିଲା ଏକ ପ୍ରେମ ବ୍ୟାପାରକୁ ନେଇ ବିବାଦ। ରୋହନ ସହ ପୀଡିତା ଡ୍ରାଇଭରଙ୍କ ପତ୍ନୀଙ୍କର ପ୍ରେମ ସଂପର୍କ ଥିଲା। ଯଦିଓ ରୋହନ ଅବିବାହିତ ଥିଲା ଏବଂ ବଡ କଥାଟି ହେଲା ସେ ସଂପୃକ୍ତ ମହିଳାଙ୍କଠାରୁ ବସୟରେ ୧୮ ବର୍ଷ ସାନ ଥିଲା। କିନ୍ତୁ ଦୁହେଁ ପ୍ରେମ ମସଗୁଲ ଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଅବୈଧ ସଂପର୍କ ରହିଥିଲା। ତେବେ ତାହା ବେଶି ଦିନ ଲୁଚି ନଥିଲା। ଜାନୁଆରୀ ୧ ତାରିଖ ଦିନ ରୋହନ ସହ ନିଜ ପତ୍ନୀ ବବିତାଙ୍କୁ ଅସଂଯତ ଅବସ୍ଥାରେ ଦେଖି ଦେଇଥିଲେ ବବିତାଙ୍କ ସ୍ଵାମୀ। ସେ ଏଥିନେଇ କ୍ଷୁବ୍ଧ ହୋଇ ବବିତାଙ୍କୁ ମାରପିଟ୍ କରିଥିଲେ। ଏହା ପରେ ପ୍ରେମିକ ରୋହନ ସହ ମିଶି ବବିତା ଏକ ସାଙ୍ଘାତିକ ଷଡଯନ୍ତ୍ର କରିଥିଲେ। ପୋଲିସ ଜେରାରେ ରୋହନ ସବୁ ମାନି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.