Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ସ୍ୱାମୀ ଓ ନୂଆ ପ୍ରେମିକ ସହ ମିଶି ପୁରୁଣା ପ୍ରେମିକକୁ ହତ୍ୟା କଲେ ମହିଳା, ୩ ଅଭିଯୁକ୍ତ ଗିରଫ

23/11/2020 at 7:00 PM

ସୁରଜପୁର ୨୩/୧୧ : ଛତିଶଗଡ଼ ସୁରଜପୁର ଜିଲ୍ଲା ତିଲସିବା ଗାଁରେ ଘଟିଥିବା ଏକ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ। ହତ୍ୟା ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ। ଆଉ ଜଣେ ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଓ ଅନ୍ୟ ଜଣେ ତାଙ୍କ ପ୍ରେମିକ ସଞ୍ଜୟ ରବି। ମୃତ ଯୁବକଙ୍କ ସହ ମହିଳାଙ୍କ ଗତ ୩-୪ ବର୍ଷ ହେଲା ଅନୈତିକ ସମ୍ପର୍କ ଥିଲା। ସେଥିପାଇଁ ମହିଳାଙ୍କ ସ୍ୱାମୀ ନିଜ ସ୍ତ୍ରୀ ଓ ତାଙ୍କ ପ୍ରେମିକ ସହ ମିଶି ଯୁବକକୁ ହତ୍ୟା କରିଥିଲେ। ହତ୍ୟା ପରେ ଅଭିଯୁକ୍ତ ଜଣକ ଥାନାରେ ଯାଇ ପୋଲିସକୁ କହିଥିଲା ଯେ ତାଙ୍କ ଘର କୂଅରେ ଜଣେ ଯୁବକର ମୃତଦେହ ପଡିଛି। ଅକ୍ଟୋବର ୧୮ ତାରିଖରେ ତିଲସିବା ଗାଁର ଭାନୁ ପ୍ରତାପଙ୍କ ଘର କୂଅରୁ ଯୁବକଙ୍କ ଶବ ଉଦ୍ଧାର ହୋଇଥିଲା। ମୃତ ଯୁବକ ଜଣକ ହେଲେ ୩୨ ବର୍ଷ ବୟସ୍କ ଶଙ୍କର ସୋନବାନି। ଏସପିଙ୍କ ନିର୍ଦ୍ଦେଶକ୍ରମେ ମାମଲାର ତଦନ୍ତ ହୋଇଥିଲା। ତଦନ୍ତ ପରେ ହତ୍ୟା ମାମଲା ସାମ୍ନାକୁ ଆସିଥିଲା। ହତ୍ୟା ମାମଲାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇଛି। ତଦନ୍ତ ପରେ ପୋଲିସ କହିଛି ଯେ ଭାନୁ ପ୍ରତାପଙ୍କ ସ୍ତ୍ରୀ ସହ ସଂକରାର ଅନୈତିକ ସମ୍ପର୍କ ଥିଲା। ଏ ସମ୍ବନ୍ଧରେ ଗ୍ରାମବାସୀ ମଧ୍ୟ ଜାଣିଥିଲେ। ଯାହାଫଳରେ ଗାଁରେ ତାଙ୍କର ବହୁତ ବଦନାମ ହୋଇଥିଲା। ମାସେ ପୂର୍ବରୁ ଶଙ୍କର ସଞ୍ଜୟର ଫୋନ ମାଗି ଭାନୁ ପ୍ରତାପଙ୍କ ସ୍ତ୍ରୀ ସହ କଥାବାର୍ତ୍ତା କରିଥିଲା।

ଏହାପରେ ସଞ୍ଜୟ ମଧ୍ୟ ଭାନୁ ପ୍ରତାପର ସ୍ତ୍ରୀ ସହ କଥାବାର୍ତ୍ତା କରୁଥିଲା। ପରେ ସଞ୍ଜୟର ମଧ୍ୟ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଆରମ୍ଭ ହୋଇଥିଲା। ଅକ୍ଟୋବର ୧୫ ତାରିଖ ରାତିରେ ମୃତ ଶଙ୍କର ଓ ସଞ୍ଜୟ ମଦ ପିଏ ଭାନୁ ଘରକୁ ଯାଇଥିଲେ। ସେଠାରେ ସଞ୍ଜୟ, ଶଙ୍କର,  ଭାନୁ ଓ ତାଙ୍କ ପତ୍ନୀ ମିଶି ମଦ ପିଇଥିଲେ। ଏତିକିବେଳେ ଶଙ୍କର ଶୌଚ କରିବାକୁ ବାଡ଼ି ପଟକୁ ଯାଇଥିଲେ। ସେହି ମଉକାର ଫାଇଦା ଉଠାଇ ୩ଜଣ ମିଶି ଶଙ୍କରକୁ ହତ୍ୟା କରିଥିଲେ।

   Related Posts