Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ସରପଞ୍ଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ରାସନ କାର୍ଡ ମାଗିବାରୁ ମହିଳା ଓ ତାଙ୍କ ବୃଦ୍ଧ ବାପାଙ୍କୁ ନିସ୍ତୁକ ପିଟିଲେ

12/05/2020 at 3:12 PM

ବ୍ରହ୍ମପୁର ୧୨।୫: ସରପଞ୍ଚଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ରାସନ କାର୍ଡ ମାଗିବାରୁ ଗିରିସୋଲା ପଞ୍ଚାୟତର ସରପଞ୍ଚ ଜଣେ ମହିଳା ଓ ତାଙ୍କ ବାପାଙ୍କୁ ନିସ୍ତୁକ ମାଡ ମାରିଥିବା ନେଇ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଗିରିଶୋଳା ପଞ୍ଚାୟତରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ଟି .ଦିଲେଶ୍ବରୀ ସେଠୀ ନାମକ ଜଣେ ବିଧବା ମହିଳା ଗତକାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ରାସନ୍ କାର୍ଡ ସଂପର୍କରେ ପଚାରିଥିଲେ । ମହିଳାଙ୍କ ବାପା କେ. ଜଞାସେଠୀ ଓ ମାଆ କେ ଭାରତୀ ସେଠୀ ବୃଦ୍ଧ ବୃଦ୍ଧା ହୋଇଥିବା ସତ୍ତ୍ବେ ଗତ ୫ ବର୍ଷ ହେଲା ରାସନ୍ କାର୍ଡ ଯୋଗାଇବା ପାଇଁ ଅନୁରୋଧ କରୁଥିଲେ । ଏ ସଂପର୍କରେ ଗତକାଲି ପଚାରିବାକୁ ଯାଇଥିବା ବେଳେ ପଞ୍ଚାୟତ କାର୍ଯ୍ୟାଳୟରେ ଦୀର୍ଘ ସମୟ ଅଟକ ରଖି ମାଡ ମାରିଥିବା ଅଭିଯୋଗ କରିଛନ୍ତି । ସରପଞ୍ଚ ଏବଂ ଜିଆରଏସ ଏଭଳି କରିଥିବା ଅଭିଯୋଗ କରିଛନ୍ତି ।

ଗୋଳନ୍ଥରା ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ୍ ମାମଲା ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ।

   Related Posts