ଏଠାରେ ସେନାର ଯବାନ ମହିଳା ଏବଂ ଶିଶୁଙ୍କୁ କରୁଛନ୍ତି ଦୁଷ୍କର୍ମ ; ଜାଣିଲେ ଆଶ୍ଚର୍ଯ୍ୟ ହେବେ ପ୍ରତିଦିନ ୮ଜଣ ମହିଳା ଓ ଶିଶୁ ହେଉଛନ୍ତି ଦୁଷ୍କର୍ମର ଶିକାର

Published By : Prameya-News7 Bureau | February 03, 2019 IST

ସୈନିକଙ୍କ ବିଷୟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ | ଏମିତି ଏକ ଦେଶ ରହିଛି ଯେଉଁଠାରେ ସେଠାକାର ସରକାର ଦରମା ଆକାରରେ ସୈନିକଙ୍କୁ ମହିଳାମାନଙ୍କ ସହ ଦୁଷ୍କର୍ମ କରିବାକୁ ଅନୁମତି ଦେଇଥାଏ | ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟରେ ଏହି ଘଟଣାର ପର୍ଦାଫାଶ ହୋଇଥିଲା | ଘଟଣାର ପର୍ଦାଫାଶ ହେବାପରେ ସାରା ବିଶ୍ୱରେ ଏହି ଘଟଣା ସମ୍ପର୍କରେ ଲୋକେ ଆଲୋଚନା କରୁଛନ୍ତି |


ସୂଚନାଯୋଗ୍ୟ ଯେ, ଦକ୍ଷିଣ ସୁଦାନର ୟୂନିଟି ରାଜ୍ୟରେ ୫ ମାସ ମଧ୍ୟରେ ୧୩୦୦ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଯାଞ୍ଚରୁ ଜଣାପଡିଥିଲା | ୟୂନିଟି ଅଂଚଳରେ ପ୍ରତିଦିନ ୮ଜଣ ମହିଳା ଏବଂ ଶିଶୁ ଦୁଷ୍କର୍ମର ଶିକାର ହୋଇଥାନ୍ତି | ଏହି ଘଟଣା କେବଳ ୟୂନିଟି ଅଂଚଳର ନୁହେଁ | ଦକ୍ଷିଣ ସୁଦାନ ପ୍ରାୟ ଅଧିକାଂଶ ଅଂଚଳର ସ୍ଥିତି ଏହିଭଳି |


ସେଠାରେ ଜଣେ ୬ବର୍ଷର ଶିଶୁ ସହିତ ଦୁଷ୍କର୍ମ କରିଥିଲେ ସୈନିକ | ଦୁଷ୍କର୍ମ କରିବା ପରେ ଶିଶୁକୁ ଗୁଳି କରି ହତ୍ୟା କରାଯିବ ନା ନାହିଁ ସେନେଇ ସୈନିକମାନେ ପରସ୍ପର ମଧ୍ୟରେ ଝଗଡା କରୁଥିଲେ | ସେଠାରେ ସୈନିକ ଏତେ ନୃଶଂସ ଯେ, ବିକଳାଙ୍ଗ ଏବଂ ଶିଶୁମାନଙ୍କୁ ମଧ୍ୟ ଛାଡ଼ୁନାହାନ୍ତି | ଶିଶୁମାନଙ୍କ ସହ ମଧ୍ୟ ଦୁଷ୍କର୍ମ କରୁଛନ୍ତି ସୈନିକ | ସେଠାରେ ଲୋକଙ୍କୁ ଜିଅନ୍ତା ନିଆଁ ଲଗାଇ ହତ୍ୟା କରିଦିଆଯାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.