ଲେଡି ଜ୍ୱେଲ୍ ଥୀଫ୍: ବୁର୍ଖା ପିନ୍ଧି ଦୋକାନକୁ ଆସିଲେ, ଡ୍ରେସ୍ ଭିତରେ ଲୁଚେଇ ନେଇଗଲେ ୧୨ ଲକ୍ଷ ଟଙ୍କାର ଗହଣା

Published By : Prameya-News7 Bureau | December 17, 2020 IST

ରାୟସେନ ୧୭/୧୨ : କଥାରେ ଅଛି ଛୋଟ ପିଲା ବା ଶିଶୁ ସବୁଠାରୁ ବିଶ୍ଵସ୍ଥ। ପିଲା କେବେ ମିଛ କୁହନ୍ତିନି। କାରଣ ପିଲାଙ୍କ ଦେହରେ ଭଗବାନ ବାସ କରନ୍ତି ବୋଲି କୁହାଯାଏ। କିନ୍ତୁ ମଧ୍ୟ ପ୍ରଦେଶର ଏକ ଭିଡିଓ ଦେଖିଲେ ଆପଣଙ୍କର ମହିଳା ଓ ଶିଶୁଙ୍କ ଉପରୁ ବିଶ୍ୱାସ ଉଠିଯିବା। ଅପରାଧର କୌଣସି ବୟସସୀମା ନାହିଁ ବୋଲି ଭିଡିଓ ପ୍ରମାଣ କରିଛି। ଭିଡିଓ ରାୟସେନ ବରେଲୀ ଅଞ୍ଚଳର। କିନ୍ତୁ ଏହି ଗୋଟିଏ ଭିଡିଓ ସାରା ଦୁନିଆ ପାଇଁ ଏକ ଶିକ୍ଷା। ଅଭିନବ ଉପାୟରେ ୧୨ ଲକ୍ଷ ଟଙ୍କାର ଗହଣା ଚୋରି କରିଛନ୍ତି ଚୋର ଗ୍ୟାଙ୍ଗ। ଚୋରି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଏହିଭଳି ଉପାୟରେ କିଏ ଆସି ସେମାନଙ୍କ ଅଞ୍ଚଳରେ ଚୋରି କରିପାରିବ ବୋଲି ଲୋକେ ବିଶ୍ୱାସ କରିପାରୁ ନାହାନ୍ତି।

ରାୟସେନ ବରେଲୀ ଅଞ୍ଚଳରେ ଏକ ଗହଣା ଦୋକାନର ସିସିଟିଭି ସାମ୍ନାକୁ ଆସିଛି। ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ବୁର୍ଖା ପିନ୍ଧିଥିବା ଦୁଇ ମହିଳା ଦୋକାନକୁ ପ୍ରବେଶ କରିଛନ୍ତି। ଦୋକାନ କର୍ମଚାରୀ ଅନ୍ୟ ଗ୍ରାହକଙ୍କ ସହ କଥାବାର୍ତ୍ତା ହେଉଥିବେ ସେମାନେ ଦେଖିଥିଲେ। ଏହି ମଉକାର ଫାଇଦା ଉଠାଇ ମହିଳାମାନେ ନିଜ ସହ ଆଣିଥିବା ଶିଶୁଙ୍କୁ ଦୋକାନର କାଉଣ୍ଟରର ଅନ୍ୟ ଆଡକୁ ପଠାଇ ଦେଇଥାନ୍ତି। ସେହି ପିଲାମାନେ ଗହଣା ଭର୍ତ୍ତି ବକ୍ସ ଆଣି ମହିଳାମାନଙ୍କୁ ଦେଇ ଦେଇଥାନ୍ତି। ମହିଳା ଗହଣା ବକ୍ସକୁ ନିଜ ଡ୍ରେସରେ ଲୁଚାଇ ଚୁପଚାପ ସେଠାରୁ ବାହାରି ଯାଇଥାନ୍ତି।

wp:embed {"url":"https://www.youtube.com/embed/-xDg1EmSAR4","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/-xDg1EmSAR4
/wp:embed

ଦୋକାନ ସଞ୍ଚାଳକ ଯେତେବେଳେ ସିସିଟିଭି ଫୁଟେଜ୍ ଦେଖିଲେ ତାଙ୍କ ହୋସ ଉଡ଼ିଗଲା। ପୁରା ଅଞ୍ଚଳରେ ଏହି ଚୋରି ଖବର ଖେଳିଗଲା। ସଞ୍ଚାଳକ ଫୁଟେଜ୍ ଦେଖିବା ପରେ ତୁରନ୍ତ ପୋଲିସକୁ ଫୋନ କରି ସୂଚନା ଦେଇଥିଲେ। ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଖୋଜିବା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ରାୟସେନରେ ଏହିଭଳି ଚୋରଣୀ ମହିଳାଙ୍କ ସଂଖ୍ୟା ବଢି ଚାଲିଛି। କିଛି ମାସନ ପୂର୍ବରୁ ମଧ୍ୟ ଏହିଭଳି ଏକ ଚୋରି ମାମଲା ସାମ୍ନାକୁ ଆସିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.