ମୋ ସରକାରରେ ସାମିଲ ହେଲା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି

Published By : Prameya-News7 Bureau | December 17, 2019 IST

ଭୁବନେଶ୍ୱର ୧୭।୧୨ - ମୋ ସରକାରରେ ସାମିଲ ହେଲା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି । ଲୋକସେବା ଭବନରୁ ଭିଡିଓ କନଫରେନସିଂରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ଅଧିନରେ ମାଆ ଓ ଶିଶୁଙ୍କ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ତେବେ ଏହାର ସୁଫଳ ଠିକ ଭାବରେ ହିତାଧିରକାରୀ ପାଇବା ଦରକାର । ଏହା ମୋ ସରକାର ଅଧୀନକୁ ଆସିବା ପରେ ବିଭାଗର କାର୍ଯ୍ୟକାରିତା ଆହୁରି ତ୍ବରାନ୍ବିତ ହେବ । ବିଭାଗୀୟ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସମେତ ଆମେ ସମସ୍ତେ ଧାରାବାହିକ ଭାବେ ଫୋନ କରି ହିତାଧିକାରୀଙ୍କ ଠାରୁ ଫିଡବ୍ୟାକ ନେବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.