ଦିଅର ସହ ମିଶି ସ୍ଵାମୀକୁ ହତ୍ୟା,ପରକୀୟା ପ୍ରେମଥିଲା ହତ୍ୟାପଛର କାରଣ

Published By : Prameya-News7 Bureau | January 18, 2019 IST

ଖଗଡ଼ିଆ ୧୮/୧- ବିହାର ଖଗଡ଼ିଆରେ ଘଟିଛି ଅଭାବନୀୟ ଘଟଣା । ଦିଅର ସହ ମିଶି ସ୍ଵାମୀକୁ ହତ୍ୟା ଘଟଣାରେ ମହିଳାଙ୍କୁ  ଓ ତାଙ୍କ ଦିଅରକୁ ଗିରଫ କରିଛି ପୋଲିସ ।

ବିହାରର ଖଗଡ଼ିଆ ଅଂଚଳରେ ଘଟିଥିବା ଏହି ଚାଂଚଲ୍ୟକର ଘଟଣାରେ ନିଜ ସ୍ତ୍ରୀର କାଣ୍ଡକାର୍ଖାନାର ଫର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣା ସହ ମୃତ ଯୁବକଙ୍କ ସାନଭାଇ ସଂପୃକ୍ତ ଥିବା ପୋଲିସ ଅନୁସନ୍ଧାନରୁ ଜାଣିପାରିଛି ।

ମୃତ ଦୀପକ କୁମାରଙ୍କ ଶବ ଗୁଟଖା ବ୍ୟାଗରେ ପ୍ୟାକିଂ ହୋଇ ଘରଠାରୁ କିଛି ଦୂରରେ ପଡ଼ିଥିଲା । ଏହି ଶବକୁ ଜବତ କରିବାପରେ ପୋଲିସର ନିଦ ହଜିଯାଇଥିଲା । ପୋଲିସ ଘଟଣାର ଫର୍ଦ୍ଦାଫାଶ କରିବାକୁ ମୃତ ଦୀପକଙ୍କ ସ୍ତ୍ରୀ ରୁବି ଓ ତାଙ୍କ ସାନଭାଇକୁ ଆଣି ପଚରାଉଚୁରା କରିବା ପରେ ସତ ସାମ୍ନାକୁ ଆସିଥିଲା ।

ମୃତ ଦୀପକ କୁମାର ସ୍ଥାନୀୟ ଅଂଚଳରେ ଜଣେ ବ୍ୟବସାୟୀ ଥିଲା । ଦୀପକଙ୍କ ସାନଭାଇ ଅବିନାଶ ଦିଲ୍ଲୀରେ ଏକ ଘୋରେଇ କଂପାନୀରେ ଚାକିରୀ କରୁଥିଲା । ରୁବି ଓ ଦୀପକ ଫୋନରେ ଅନେକ ସମୟ କଥାବାର୍ତ୍ତା ହେବାଦ୍ଵାରା ପ୍ରେମ ହୋଇଯାଇଥିଲା । ରୁବି ଦୀପକକୁ ଛାଡ଼ି ଅବିନାଶକୁ ପାଇବାକୁ ଇଚ୍ଚା କରୁଥିଲା । ଏହିକଥା ଅବିନାଶକୁ କହିବା ପରେ ଅବିନାଶ ବି ସବୁଦିନ ପାଇଁ ନିଜର କରିବାକୁ କଥାଦେଇଥିଲା । କିନ୍ତୁ ମଝିରେ ଦୀପକଥିଲା ପ୍ରତିବନ୍ଧକ । ରୁବି ଦୀପକକୁ ହତ୍ୟା କରିବାକୁ ଅବିନାଶକୁ କହିବା ପରେ ସେ ରାଜି ହୋଇଯାଇଥିଲା ।

ଘଟଣାଦିନ ଅବିନାଶ ରାତି ୧୨ଟାରେ ଆସି ଘରେ ପହଂଚିଥିଲା । ଅବିନାଶ ଦୀପକକୁ ହାତୁଡ଼ିରେ ପିଟି ନିର୍ମମଭାବେ ହତ୍ୟା କରିଥିବା ପୋଲିସ ଆଗରେ ସ୍ଵୀକାର କରିଛି । ତା ପରେ ସେମାନେ ଗୁଟଖା ବ୍ୟାଗରେ ପୁରାଇ ଘରଠାରୁ କିଛି ଦୂରରେ ପକାଇଦେଇଥିଲେ । ନିଜର ଅପରାଧ ଲୁଚାଇବାକୁ ଅବିନାଶ ରାତିରେ ପୁଣି ଦିଲ୍ଲୀ ପଳାଇଯାଇଥିଲା ।

ପୋଲିସ ପ୍ରକୃତ ଆସାମୀକୁ ଧରିବାରେ ବିଫଳ ହୋଇଥିଲା । ଶେଷରେ ପୋଲିସର ରୁବି ଉପରେ ସନ୍ଦେହ ଆସିବାରୁ ଥାନାକୁ ଆଣି ପଚରାଉଚୁରା କରିଥିଲା  । ଥାନାରେ ରୁବି ସବୁ ସତକଥା ମାନିଯାଇଥିଲା ।

ଏହି ଘଟଣାରେ ସଂପୃକ୍ତଥିବା  ଭାଉଜ-ଦିଅରକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.