ଘରମାଲିକଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ କଲେ ମହିଳା, ତାପରେ କଲେ ଆତ୍ମହତ୍ୟା ଉଦ୍ୟମ

Published By : Prameya-News7 Bureau | August 02, 2019 IST

ଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଇନ୍ଦ୍ରଲୋକ ଷ୍ଟେସନରେ ନିଜର ୨ ଛୁଆଙ୍କ ସହ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ସିଆଇଏସଏଫ ସୁରକ୍ଷା କର୍ମୀ ଉଦ୍ଧାର କରିବା ସହ ଅଟକ ରଖିଛନ୍ତି । ସିଆଇଏସଏଫ ପଚରାଉଚରା ବେଳେ ସେମାନେ ଆତ୍ମହତ୍ୟା ଉଦ୍ୟମ ନେଇ ଯାହା କହିଛନ୍ତି ତାହା ଅଧିକାରୀଙ୍କୁ ତାଜ୍ଜୁବ କରିଦେଇଛି। ତେବେ କଣ ପାଇଁ ମହିଳା ତାଙ୍କର ୨ ଛୁଆଙ୍କ ସହ ଷ୍ଟେସନରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଆସନ୍ତୁ ଜାଣିବା।

{"id":140151}

ଶୁକ୍ରବାର ଶକାଳ ପ୍ରାୟ ୧୧ଟା ବେଳେ ମହିଳା ଇନ୍ଦ୍ରଲୋକ ମେଟ୍ରୋଷ୍ଟେସନକୁ ତାଙ୍କର ୨ ଛୁଆଙ୍କ ସହ ଆସିଥିଲେ। ଜଣାପଡୁଥିଲେ କୁଆଡେ ଯିବେ ବୋଲି ତେବେ ଟ୍ରେନ ଆସୁଥିବା ବେଳେ ମହିଳା ତାଙ୍କର ୨ ଛୁଆଁଙ୍କୁ ଧରି ଲାଇନ ଉପରକୁ ଡେଇଁପଡିବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଅଟି ଚିତ୍କାର କରି ସିଆଇଏସଏଫଙ୍କୁ ଡାକ ପକାଇଥିଲା। ସିଆଇଏସଏଫ ସୁରକ୍ଷା କର୍ମୀ ତୁରନ୍ତ ପହଞ୍ଚି ସେମାନଙ୍କୁ ପ୍ଲାଟଫର୍ମ କଢରୁ ଭିଡିଆଣି ସେମାନଙ୍କୁ ଟ୍ରେନ ମୁହଁରୁ ରକ୍ଷା କରିବା ସହ କାର୍ଯ୍ୟାଳୟକୁ ନେଇଯାଇଥିଲେ। ସେଠାରେ କିଛି ସମୟ ବସାଇବା ପରେ ଅଫିସର ଆସି ପଚରା ଉଚରା କରିବା ବେଳେ ମହିଳା ଏପରି କହିଥିଲେ।

{"id":140152}

ମହିଳାଙ୍କ ସ୍ୱାମୀ ଅଷ୍ଟ୍ରେଲିଆରେ ରହୁଛନ୍ତି। ତେବେ ସେମାନେ ମୋତି ନଗର ଥାନା ଅଞ୍ଚଳରେ ଏକ ଘର ଭଡା କରି ରହୁଛନ୍ତି। ସ୍ୱାମୀଙ୍କ ଅନୁପସ୍ଥିତିରେ ଘର ମାଲିକ ତାଙ୍କ ପ୍ରତି ଯୌନ ନିର୍ଜାତନା ଦେଉଥିବା ମହିଳା କହିଛନ୍ତି। ଏ ନେଇ ସେ ମୋତି ନଗର ଥାନାରେ ଏତଲା ମଧ୍ୟ ଦେଇଛନ୍ତି। ହେଲେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ସେ ତାଙ୍କର ୨ ପିଲାଙ୍କ ସହ ଆତ୍ମହତ୍ୟା କରିବାକୁ ଯାଉଥିଲେ ବୋଲି କହିଛନ୍ତି। ମହିଳାଙ୍କ ବୟସ ୩୧ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅଟିର ବୟସ ୧୨ ଓ ଝିଅଟିର ବୟସ ୧୧ ବୋଲି ସିଆଇଏସଏଫ ଅଧିକାରୀ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.