Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପେଟେଣ୍ଟ ମୁକ୍ତ ହେବ କରୋନା ଭ୍ୟାକସିନ୍‌ ! ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବରେ ଆମେରିକାର ସମର୍ଥନ
  • ||
  • କୋଭିଡ୍‌ ସ୍ଥିତିକୁ ନେଇ ନବୀନ୍‌ଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୬୮୫୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରେ ହଜାରେ ଟପିଲା ଡିସ୍‌ଚାର୍ଜ
  • ||
  • ନୂଆଦିଲ୍ଲୀ : କରୋନାରେ ପୂର୍ବତନ ରଣଜୀ କ୍ରିକେଟରଙ୍କ ଦେହାନ୍ତ, ଆଇପିଏଲ୍ ଟିମ୍‌ରେ ହୋଇଥିଲେ ମନୋନୀତ
  • ||
  • ରାଇରଙ୍ଗପୁର : ନିଖୋଜ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ନବରଙ୍ଗପୁର : ଶାଗ ତୋଳିବା ହେଲା କାଳ, ବଜ୍ରପାତରେ ଚାଲିଗଲା ୨ ନାବାଳିକାଙ୍କ ଜୀବନ, ୨ ଆହତ
  • ||
  • ନୀଳଗିରି : ଗଛରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୧୨୧ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୫୨୧ ପଜିଟିଭ୍
  • ||

ଭାଉଜକୁ ଦୁଷ୍କର୍ମ କଲା ଦିଅର, ସ୍ବାମୀଙ୍କୁ ଜଣାଇବା ପରେ ସ୍ବାମୀ କହିଲେ ଏମିତି କଥା

23/11/2019 at 9:54 AM

ନୂଆଦିଲ୍ଲୀ ୨୩।୧୧: ଶାଶୁଘର ଲୋକଙ୍କ ଦ୍ବାରା ନିର୍ଯାତିତା ମହିଳାଙ୍କୁ ତାଙ୍କ ଦିଅର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ।

ଶାଶୁଘରେ ଶାଶୁ, ଶ୍ବଶୂର, ନଣନ୍ଦ ଏବଂ ସ୍ବାମୀଙ୍କ ନିର୍ଯାତନା ସହି ସହି ପଡିରହିଥିଲେ ମହିଳା । ମାତ୍ର ସେ ଜାଣିନଥିଲେ ଯେ, ତାଙ୍କ ଦିଅରଙ୍କର ଲୋଲୁପ ଦୃଷ୍ଟି ତାଙ୍କ ଉପରେ ଅଛି । ଦିନେ ମଉକା ପାଇ ଦିଅର ଭାଉଜଙ୍କ ସହ ଦୁଷ୍କର୍ମ କରିଥିଲା । ମହିଳା ଜଣଙ୍କ ଏ ସଂପର୍କରେ ନିଜ ସ୍ବାମୀଙ୍କୁ କହିଲେ । ମାତ୍ର ତାଙ୍କ ସ୍ବାମୀ ତାଙ୍କ କଥା ଶୁଣିବା ପରିବର୍ତ୍ତେ ତାଙ୍କୁ ଗାଳି ଗୁଲଜ କରିଥିଲେ । ତାଙ୍କ ସ୍ବାମୀ ତାଙ୍କୁ ଓଲଟା ପ୍ରଶ୍ନ କରିଥିଲେ ଯେ, ‘ମୋ ଭାଇ ଓ ମୋ ଭିତରେ କ’ଣ ତଫାତ୍ ଅଛି’ ବୋଲି ।

ମହିଳା ଜଣଙ୍କ ଏହାର ବିରୋଧ କରିବାରୁ ଶାଶୁଘର ଲୋକ ମିଳିମିଳି ତାଙ୍କୁ ନିର୍ଦୟ ଭାବେ ମାରପିଟ୍ କରିଥିଲେ । ଏମିତିକି ତାଙ୍କୁ ଘରୁ ବାହାର କରିଦେଇଥିଲେ । ମହିଳା ଜଣଙ୍କ ତାଙ୍କ ବାପଘରେ ପହଞ୍ଚି ଥିଲେ । କିଛି ଦିନ ପର୍ଯ୍ୟନ୍ତ ଏସବୁ କଥା ଲୁଚାଇବା ପାଇଁ ଚେଷ୍ଟା କରିଥିଲେ । କିଛି ଦିନ ପରେ ସହାସ ଜୁଟାଇ ଥାନାରେ ଅଭିଯୋଗ କଲେ । ପୀଡିତା ଜଣଙ୍କ ଗତ ୯ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ମାତ୍ର ଘଟଣାକୁ ଏତେଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏଫଆଇଆର ରୁଜୁ ହୋଇନଥିବା ଅଭିଯୋଗ ହୋଇଛି ।

   Related Posts