ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

12/08/2018 at 6:34 AM

ଚାକିରୀ ଦେବାକୁ କହି ସ୍ୱାମୀ ପରିତ୍ୟକ୍ତ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି | ମୁର୍ମୁସୁ ଅବସ୍ଥାରେ ମହିଳାଙ୍କୁ ରାସ୍ତାରୁ ଉଦ୍ଧାର କରିଛି ପୋଲିସ | ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଅଂଚଳରେ | ସୂଚନା ଅନୁଯାୟୀ କୁଆଖିଆ ଥାନା ଅଂଚଳର ଜଣେ ମହିଳା ଶାଶୁ ଘର ଛାଡି ବ୍ରହ୍ମ ବରଦା ଅଂଚଳରେ ରହୁଥିଲେ | ନିଜେ ରୋଜଗାର କରିବା ଆଶାରେ ଭାଉଜ ନିକଟରେ ପୁଅକୁ ଛାଡି ରାଜଧାନୀରେ ଏକ ଘରୋଇ କଲେଜରେ କାମ କରୁଥିଲେ | ସେଠାରେ କିଛି ଅସୁବିଧା ହେବାରୁ ଚିଲିପଡ଼ା ଗାଁରେ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଆସିଥିଲେ | ବସ ଯୋଗେ ଆସି ସନ୍ଧ୍ୟାରେ ପାଣିକୋଇଲି ଠାରେ ଓହ୍ଲାଇ ଗାଡିକୁ ଅପେକ୍ଷା କରିଥିଲେ | ଏହି ସମୟରେ ୩ ଜଣ ଯୁବକ ସେଠାକୁ ଆସି ତାଙ୍କୁ କାମ ଦେବାକୁ କହି ନେଇ ଆସିଥିଲେ | ଏହା ପରେ ରାତି ସାରା ମହିଳାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ରାସ୍ତା ଉପରେ ଫୋପାଡ଼ି ଦେଇଥିଲେ | ପୋଲିସ ଖବର ପାଇ ମହିଳାଙ୍କୁ ଉଦ୍ଧାର କରିଥିଲା |
ତେବେ ଏହି ମାମଲାରେ ଜଣକୁ ଅଟକ ରଖି ପୋଲିସ ପଚରାଉଚୁରା କରୁଥିବା ବେଳେ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କୁ ଖୋଜୁଛି |

   Related Posts